ଆଜି ବି ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ପାର୍ କରିଛି । ଦିନକରେ ରାଜ୍ୟରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୧୦ ହଜାର ୩୨୧ଆକ୍ରାନ୍ତ । ଆଜି ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ସର୍ବାଧିକ ୧୫୬୬ ଆକ୍ରାନ୍ତ । ସୁନ୍ଦରଗଡରୁ ୮୧୯, କଟକରୁ ୭୩୧, କଳାହାଣ୍ଡି-୫୯୯, ମୟୂରଭଞ୍ଜ-୪୫୮, ସମ୍ବଲପୁର-୪୦୫, ପୁରୀ-୪୭୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ରାଜ୍ୟରେ ଆଜି ୨୨ ଜଣଙ୍କର ଜୀବନ ନେଇଛି ଅଦୃଶ୍ୟ ଭାଇରସ । ବୌଦ୍ଧ, ସୁନ୍ଦରଗଡ, ନୂଆପଡା, ଖୋର୍ଦ୍ଧା ଏବଂ କଳାହାଣ୍ଡି ଜିଲ୍ଲାରୁ ୩ ଜଣ ଲେଖାଏଁ ପ୍ରାଣ ହରାଇଛନ୍ତି । ଗଜପତି, କୋରାପୁଟ ଏବଂ ରାୟଗଡା ଜିଲ୍ଲାରୁ ୨ ଜଣଙ୍କର ମୃତ୍ୟୁ ହୋଇଛି । ବଲାଙ୍ଗୀର ଜିଲ୍ଲାରୁ ଜଣେ ଆକ୍ରାନ୍ତ ଆଖି ବୁଜିଛନ୍ତି । ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ଏବେ ୨୩୫୭କୁ ବୃଦ୍ଧି ପାଇଛି ।

LEAVE A REPLY

Please enter your comment!
Please enter your name here