ରାୟଗଡା ଜିଲ୍ଲା ପିତାମହଲ ପଞ୍ଚାୟତ ଲାଡ୍ଡାରେ ମଦ ଦୋକାନକୁ ବିରୋଧ କରିଛନ୍ତି ଗ୍ରାମବାସୀ. ଏହାକୁ ବିରୋଧ କରିବା ପାଇଁ ଏକାଠି ହୋଇଛନ୍ତି ଲାଡ୍ଡା, ବଡାଖାଲ, ବିଷ୍ଣୁଗଡା ଓ ଜଗନ୍ନାଥପୁରର ମହିଳା ଓ ପୁରୁଷମାନେ. ବିଶେଷ ଭାବରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡିକ ଏହାର ତୀବ୍ର ବିରୋଧ କରିଛନ୍ତି. ଏହାକୁ ବିରୋଧ କରି ସେମାନେ ଜିଲ୍ଲାପାଳ ଓ ଅବକାରୀ ବିଭାଗ ନିକଟରେ ଅଭିଯୋଗ କରିଛନ୍ତି. ଗାଁ ନିକଟରେ ମଦ ଦୋକାନ ରହିଥିବାରୁ ଲୋକମାନେ ସବୁବେଳେ ଏହାକୁ ପିଉଛନ୍ତି ଓ ଘରେ ଅଶାନ୍ତି ସୃଷ୍ଟି କରୁଛନ୍ତି. ଅନ୍ୟପଟେ ରାୟଗଡାରେ ମଦ ବିରୋଧୀ ଆନ୍ଦୋଳନ ମଧ୍ୟ ବଢିବାରେ ଲାଗିଛି. ତେଣୁ ତୁରନ୍ତ ଏନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି.

LEAVE A REPLY

Please enter your comment!
Please enter your name here