ବାତ୍ୟା ୟଶ୍ ପାରାଦୀପ ଓ ସାଗରଦ୍ବୀପ ମଧ୍ୟରେ ଲ୍ୟାଣ୍ଡଫଲ୍ କରିବାର ସମ୍ଭାବନା ଥିବାରୁ ମୁକାବିଲା ପାଇଁ ପୁରା ଦମରେ ଚାଲିଛି ପ୍ରସ୍ତୁତି । ପାରାଦୀପ ଠାରୁ ବାତ୍ୟା ପ୍ରାୟ 540 କିଲୋମିଟର ଦୂରରେ ଏବଂ ବାଲେଶ୍ବର ଉପକୂଳ ଠାରୁ 600 ରୁ ଅଧିକ କିଲୋମିଟର ଦୂରରେ ଏବେ ଗତି କରୁଛି । ବାତ୍ୟା ଅତି ଭୀଷଣ ବା ଭେରି ସିଭିଅର ସାଇକ୍ଲନ ରୂପ ନେବ ବୋଲି ପାଣିପାଗ ବିଭାଗ ଆକଳନ କରିଥିବାରୁ ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକରେ ବ୍ୟାପକ ପଦକ୍ଷେପ ନିଆଯାଇଛି । ଆସନ୍ତା 26 ତାରିଖ ମଧ୍ୟାହ୍ନ ସୁଦ୍ଧା ବାତ୍ୟା ଉପକୂଳ ଛୁଇଁବ ଏବଂ ଉପକୂଳ ଛୁଇଁବା ବେଳେ 165 ରୁ 185 କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି । ବାତ୍ୟାରେ ଯେପରି ଜିରୋ କାଜୁଆଲିଟି ହେବ, ତାକୁ ନଜରରେ ରଖି ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ବାତ୍ୟାକୁ ମୁକାବିଲା କରିବା ପାଇଁ ଓଡିଶା 52ଟି ଏନଡିଆରଏଫ ଟିମ୍ ମୁତୟନ କରାଯାଇଛି । ସେହିପରି 800 ଓଡ୍ରାଫ କର୍ମଚାରୀଙ୍କୁ ପ୍ରସ୍ତୁତ ରଖାଯାଇଛି । ବାତ୍ୟା ପାଇଁ ସରକାର 10ଟି ପ୍ରଭାବିତ ଜିଲ୍ଲାରେ ଲକଡାଉନ କୋହଳ କରିଛନ୍ତି । 24 ଓ 25 ତାରିଖ ଦିନ ଗୋଟାଏ ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରଖିବାକୁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here