ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ମୃତ୍ୟୁ ଘଟଣାରେ କନ୍ଧମାଳରୁ ଦୁଇ ଜଣ ଆତ୍ମସମର୍ପଣ କରିଥିବା ଜଣାପଡିଛି । ପୋଲିସ ନିକଟରେ ଉଭୟେ ଆତ୍ମସର୍ମପଣ କରିଛନ୍ତି । ଆତ୍ମସର୍ମପଣ କରିଥିବା ଦୁଇ ଯୁବକଙ୍କୁ ଏବେ ପଚରାଉଚରା କରାଯାଉଛି । ପୂର୍ବରୁ ଏହି ମାମଲାରେ ଅନ୍ୟ ଦୁଇ ସହଯୋଗୀଙ୍କୁ ଅଟକ ରଖିଛି ପୋଲିସ । ଗତ ୧୦ ତାରିଖରେ ମନୀଷ ଦାସଙ୍କର ମୃତଦେହ ଗୋଟିଏ ପୋଖରୀରୁ ଉଦ୍ଧାର ହୋଇଥିଲା । ତେବେ କେମିତି ହୋଇଥିଲା ମୃତ୍ୟୁ । ଏହାକୁ ନେଇ ଲାଗି ରହିଛି ସସପେନ୍ସ । ଘଟଣାଦିନ ରାତିରେ ଯେଉଁ କାରରେ ମନୀଷଙ୍କୁ ପଟିଆରୁ ପାତ୍ରପଡା ନିଆଯାଇଥିଲା ସେହି କାରକୁ ଜବତ କରିବା ସହିତ ଜଣଙ୍କୁ ଅଟକ ରଖିଛି ପୋଲିସ । ତେବେ କିଏ ଏହି କାରର ମାଲିକ । ଏନେଇ ପୋଲିସ ଏବେ ତଦନ୍ତ ଚଳାଇଛି । ଏସବୁ ଭିତରେ ମନୀଷଙ୍କର ଶେଷ ଭିଡିଓ ଏବେ ସାମ୍ନାକୁ ଆସିଛି । ବାରରୁ ବାହାରି ଏକୁଟିଆ ଚାଲି ଚାଲି ଯାଉଛନ୍ତି ମନୀଷ । ସାଙ୍ଗରେ କୌଣସି ସାଙ୍ଗସାଥୀ ନଥିଲେ । ସେପଟେ ପୋଷ୍ଟମର୍ଟମର ପ୍ରାଥିମିକ ରିପୋର୍ଟରୁ ଜଣାପଡିଛି ଯେ, ଶ୍ୱାସରୁଦ୍ଧରୁ ମନୀଷଙ୍କର ମୃତ୍ୟୁ ହୋଇଛି । ଆହୁରି ଅନେକ ରିପୋର୍ଟ ଆସିବାକୁ ଅଛି ।

LEAVE A REPLY

Please enter your comment!
Please enter your name here