ଶନିବାର କୋଣାର୍କ-ପୁରୀ ରାସ୍ତାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି. ଫଳରେ ବାଇକ ଆରୋହୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି. ସୂଚନା ଅନୁସାରେ, ଶନିବାର ସକାଳ ସମୟରେ କୋଣାର୍କ-ପୁରୀ ରାସ୍ତାରେ ଆସୁଥିବା ଏକ ବାଇକ ଚାଳକ ସହ ଅପର ପାର୍ଶ୍ୱରୁ ଆସୁଥିବା ଏକ କାର୍ ମୁହାଁମୁହିଁ ହୋଇଥିଲା. ଫଳରେ ବାଇକ ଚାଳକ ଜଣକ କିଛି ବାଟ ଛିଟିକି ହୋଇ ପଡିଥିଲେ ଏବଂ ତାଙ୍କର ମୃତ୍ୟୁ ହୋଇଥିଲା. ପରେ ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଏହାର ତଦନ୍ତ ଆରମ୍ଭ କରିଛି.

 

 

 

LEAVE A REPLY

Please enter your comment!
Please enter your name here