ମହାନଗର ନିଗମ ଭୁବନେଶ୍ବରର ଡେପୁଟୀ ମେୟର ହେଲେ ମଂଜୁଲତା କହଁର । ବିଜେଡି ପ୍ରାର୍ଥୀ ଭାବେ 22 ନମ୍ବର ଓ୍ବାର୍ଡର ବିଜେଡି କର୍ପୋରେଟର ମଂଜୁଲତା ନାମାଙ୍କନ ଦାଖଲ କରିଛନ୍ତି । ମୋଟ 67 କର୍ପୋରେଟରଙ୍କ ମଧ୍ୟରୁ ବିଜେଡିର 48, ବିଜେପିର 10 ଏବଂ 9 ଜଣ ସ୍ବାଧୀନ କର୍ପୋରେଟର ଥିବାରୁ ମଂଜୁଲତା ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି । ମଂଜୁଲତା ସମ୍ବଲପୁର ବିଶ୍ବବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ପିଜି କରିଛନ୍ତି ।

ଡେପୁଟୀ ମେୟର ପଦ ହାତେଇବା ପାଇଁ ଅମରେଶ ଜେନା, ଲିଟୁ ସୁପକାର, କେ. ଶାନ୍ତି ପ୍ରମୁଖ ବହୁ ପ୍ରାର୍ଥୀ ଲବି ଚଳାଇଥିଲେ । ମାତ୍ର ଡେପୁଟୀ ମେୟର ପଦ ପାଇଁ ଦୌଡରେ ନ ଥିବା ମଂଜୁଲତାଙ୍କୁ ଦଳ ପ୍ରାର୍ଥୀ କରିଥିଲା । ଭୁବନେଶ୍ବର ଭଳି ସ୍ମାର୍ଟସିଟି ପାଇଁ ଡେପୁଟୀ ମେୟର ପଦ ପାଇଁ ଦଳ ଭାବିଚିନ୍ତି ପ୍ରାର୍ଥୀ କରିଥିଲା ।

LEAVE A REPLY

Please enter your comment!
Please enter your name here