କଳାହାଣ୍ଡି ଜିଲ୍ଲା ଧର୍ମଗଡସ୍ଥିତ ତିନିଛକ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି. ଯେଉଁଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ହୋଇଛନ୍ତି. ମୃତକ ଜଣଙ୍କ ଆଦିତ୍ୟ ପାତ୍ର ଓ ସେ ଛତିଶଗଡର ବୋଲି ଜଣାପଡିଛି. ଅନ୍ୟପଟେ ଗୁରୁତର ଅନ୍ୟ ଦୁଇ ଜଣ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଅଞ୍ଚଳର ବୋଲି ଜଣାପଡିଛି. ମିଳିଥିବା ସୂଚନା ଅନୁସାରେ, ଗତକାଲି ଧର୍ମଗଡକୁ ଆଦିତ୍ୟ କୌଣସି କାମରେ ଯାଇଥିଲେ. ଫେରିବା ସମୟରେ ତିନିଛକ ନିକଟରେ ଏକ ବାଇକ ସହ ତାଙ୍କର ମୁହାଁମୁହିଁ ହୋଇଥିଲା. ଫଳରେ ଘଟଣାସ୍ଥଳରେ ଆଖି ବୁଜି ଦେଇଥିଲେ ଆଦିତ୍ୟ ଏବଂ ଆହତ ଅନ୍ୟ ଦୁଇ ଜଣଙ୍କୁ ତୁରନ୍ତ ଭବାନୀପାଟଣା ହସ୍ପିଟାଲରେ ଭର୍ତ୍ତି କରିଥିଲେ ସ୍ଥାନୀୟ ଲୋକେ. ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବାଇକ ଜବତ କରିବା ସହ ଏହାର ତଦନ୍ତ ଆରମ୍ଭ କରିଛି.

LEAVE A REPLY

Please enter your comment!
Please enter your name here