ଡିଜେ ଗାଡି ଗଛରେ ପିଟି ହୋଇ ଜଣେ ମୃତ ଓ 5 ଗୁରୁତର. ଏଭଳି ଏକ ଅଘଟଣ ଘଟିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଚାରିଛକ-କୁସଙ୍ଗ ରାସ୍ତାରେ. ସୂଚନା ଅନୁସାରେ, ଗତକାଲି ରାତିରେ ଚାରିଛକ-କୁସଙ୍ଗ ରାସ୍ତାରେ ଏକ ଡିଜେ ଗାଡି ଭାରସାମ୍ୟ ହରାଇ ଗଛରେ ପିଟି ହୋଇଥିଲା. ଫଳରେ ସେଥିରେ ଥିବା 6 ଜଣଙ୍କ ମଧ୍ୟରୁ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିଲା. ପରେ ଗୁରୁତରମାନଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି. ଗୁରୁତରମାନେ ତିଳେଶ୍ୱର ଗାଁର ରାଜା ଝଙ୍କାର, ମାଜେଶ ବେହେରା. କରଞ୍ଜକଟା ଗାଁର ଅତିରାତ୍ର ପ୍ରଧାନ ଓ ଉପରକୋଟା ଗାଁର ସୁନୀଲ ହଂସ ବୋଲି ଜଣାପଡିଛି. ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି.

LEAVE A REPLY

Please enter your comment!
Please enter your name here