କଂଗ୍ରେସରୁ ମୋକିମଙ୍କୁ ବହିଷ୍କାର କରିବା ପରେ ରାଜନୀତିରେ ଦେଖା ଦେଇଛି ତୀବ୍ର ଅସନ୍ତୋଷ। ଅନେକ ନେତା ମୋକିମ ସପକ୍ଷରେ ବାହାରୁଥିବା ଦେଖାଯାଇଛି। ମୋକିମଙ୍କ ସହ କେନ୍ଦ୍ରୀୟ ନେତା କଥା ହୋଇଥିବା ନେଇ ସୂଚନା ମିଳିଛି। ସିଡବ୍ଲ୍ୟୁସି ସଦସ୍ୟ ଜୟରାମ ରମେଶ, ପବନ ଖେରା ମୋକିମଙ୍କ ସହ କଥା ହୋଇଥିବା ସୂତ୍ରରୁ ଜଣାପଡିଛି । ମୋକିମ କେଉଁ କାରଣରୁ ଏପରି ଚିଠି ଲେଖିଲେ, ଏହାର ପ୍ରକୃତ କାରଣ ପଚାରିଥିବା ସୂଚନା ମିଳିଛି। ରାଜ୍ୟ କଂଗ୍ରେସ ସଭାପତିଙ୍କ ସହ ବିବାଦ କ’ଣ ରହିଛି ବୋଲି ପଚାରି ବୁଝିଛନ୍ତି କେନ୍ଦ୍ରୀୟ ନେତା। ଏଆଇସିସି ଓ ରାହୁଲ ଗାନ୍ଧିଙ୍କ ବାବଦରେ ଲେଖିବା କଥା ମଧ୍ୟ ପଚାରି ବୁଝିଛନ୍ତି। ଗଣମାଧ୍ୟମକୁ ଯିବା ନେଇ ମଧ୍ୟ ପଚରାଉଚରା କରିଥିବା ସୂଚନା ମିଳିଛି। କଂଗ୍ରେସର ପରିଚାଳନା ନେଇ ଅସନ୍ତୋଷ ପ୍ରକାଶ କରି ଦଳର ନେତ୍ରୀ ସୋନିଆ ଗାନ୍ଧୀଙ୍କ ନିକଟକୁ ଚିଠି ଲେଖିଥିଲେ ମୋକିମ୍। ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ଦଳରୁ ବହିଷ୍କୃତ କରାଯାଇଥିବା ଓପିସିସି ସୂଚନା ଦେଇଥିଲା। କଂଗ୍ରେସର ଜାତୀୟ ଏବଂ ରାଜ୍ୟସ୍ତରୀୟ ନେତୃବୃନ୍ଦଙ୍କ ଉପରେ ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍‌ ପ୍ରଶ୍ନ ଉଠାଇଥିଲେ ଏବଂ ଏହା ପରେ ପିସିସି ସଭାପତି ଭକ୍ତ ଚରଣ ଦାସ ଦଳର ପ୍ରାଥମିକ ସଦସ୍ୟ ପଦରୁ ମୋକିମ୍‌ଙ୍କୁ ବହିଷ୍କାର କରିଥିଲେ ।

LEAVE A REPLY

Please enter your comment!
Please enter your name here