ରାଜ୍ୟରେ ବଢୁଛି କୋଭିଡ ସଙ୍କ୍ରମଣ । ଗତକିଛି ଦିନ ହେଲା ଜାରି ରହିଥିବା ୫ ଶହ ଟ୍ରେଣ୍ଡକୁ ଡେଇଁ ସିଧା 900 ପାଖାପାଖି ପହଁଞ୍ଚିଛି ଦୈନିକ ସଙ୍କ୍ରମଣ ସଂଖ୍ୟା । ରାଜ୍ୟରେ ଦୈନିକ କରୋନା ସଙ୍କ୍ରମଣ ୮୦୦ ଟପିଲା । ୨୪ ଘଣ୍ଟାରେ ନୂଆ ୮୦୪ କରୋନା ସଙ୍କ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୪୭୧ ଜଣ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଙ୍କ୍ରମଣ ରହିଛି ୩୩୩ । ତେବେ ଚିହ୍ନଟଙ୍କ ମଧ୍ୟରେ ୧୮ ବର୍ଷରୁ କମ ବର୍ଗର ୭୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୦୭, କଟକରୁ ୧୧୯ ସଙ୍କ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୯୬ ହଜାର ୧୩୨କୁ ବୃଦ୍ଧି ପାଇଛି । ତେବେ ଆକ୍ଟିଭ୍ କେସ୍ ସଂଖ୍ୟା ୪୨୬୨ ଥିବାବେଳେ ୧୨ ଲକ୍ଷ ୮୨ ହଜାର ୬୯୦ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଭିଡ ପରିସ୍ଥିତି ସମୀକ୍ଷା କରିବେ I ହୁଏତ ବୈଠକରେ କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯ଼ିବାର ସମ୍ଭାବନା ରହିଛି

LEAVE A REPLY

Please enter your comment!
Please enter your name here