ମହାନଦୀ ଜଳ ବିବାଦର ସମାଧାନ ପାଇଁ ସମ୍ବଲପୁର ଗସ୍ତରେ ଆସିଛନ୍ତି ଟ୍ରିବ୍ୟୁନାଲର ଅଧ୍ୟକ୍ଷ ବିଚାରପତି ବେଲା ଏମ୍. ତ୍ରିବେଦୀଙ୍କ ଟିମ୍ । ହୀରାକୁଦ ଜଳଭଣ୍ଡାର ଓ ଚିପିଲିମା ପାୱାର ହାଉସର ଜଳ ଭଣ୍ଡାର ଯାଇ ସମୀକ୍ଷା କରିବେ । ଶୁକ୍ରବାର ସମ୍ବଲପୁରରେ ଟ୍ରିବ୍ୟୁନାଲର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ପୀତାମ୍ବର ଆଚାର୍ଯ୍ୟ କହିଛନ୍ତି ଯେ, ଓଡ଼ିଶାବାସୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସମସ୍ୟାର ସମାଧାନ କରାଯିବା ଦରକାର । ମାମଲା ବିଚାରଧୀନ ରହିଲେ ସମାଧାନ ହୁଏ ନାହିଁ, ବର୍ତ୍ତମାନ ବୁଝାମଣା ମାଧ୍ୟମରେ ସମସ୍ୟାର ସମାଧାନ ହେବ । AG ହିସାବରେ ଦୀର୍ଘ ଦେଢ଼ ବର୍ଷ ହେଲା ସରକାରଙ୍କୁ ପରାମର୍ଶ ଦେଉଛି । ପୁଣି ଥରେ ଓଡ଼ିଶାର ଅନୁରୋଧ କ୍ରମେ ବିଚାରପତି ବେଲା ଏମ୍ ତ୍ରିବେଦୀଙ୍କ ଖଣ୍ଡପୀଠ ଦ୍ୱିତୀୟ ଥର ଓଡ଼ିଶା ଗସ୍ତକୁ ଆସିବାକୁ ରାଜି ହୋଇଛନ୍ତି । ଓଡ଼ିଶା ଏବଂ ଛତିଶଗଡ଼ ମଧ୍ୟରେ ଆଲୋଚନା ହୋଇଛି । ଓଡ଼ିଶାରେ ମହାନଦୀ ଜଳର କିପରି ସବୁବିନିଯୋଗ କରାଯିବ ଏବଂ ଓଡ଼ିଶାକୁ କିଭଳି ଲାଭ ମିଳିବ ତାର ବାଟ ଖୋଲା ଚାଲିଛି । AG ଜନତାଙ୍କୁ ଆଶ୍ୱସନା ଦେଇଛନ୍ତି ଯେ ଓଡ଼ିଶାବାସୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସମସ୍ୟାର ସମାଧାନ କରାଯିବ । ସମାଧାନର ବାଟ ଖୋଜା ଚାଲିଛି । ସେ ନିଜେ ଆଶାବାଦୀ ରହିବା ସହିତ ଜନତାଙ୍କୁ ଆଶାବାଦୀ ରହିବାକୁ ପରାମର୍ଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here