ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ କଡ଼ା କାଉଣ୍ଟର କରିଛନ୍ତି। ୨୦୨୬ ବଜେଟ୍‌କୁ ନବୀନ ନିନ୍ଦା କରିବା ପରେ ସୋମବାର ଉପମୁଖ୍ୟମନ୍ତ୍ରୀ ବିରୋଧୀ ଦଳ ନେତାଙ୍କୁ ପ୍ରଶ୍ନ କରିଛନ୍ତି। ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ମହାନଦୀ ଜଳ ବିବାଦ ପାଇଁ ବିଜେଡି ସରକାର ଦାୟୀ। ଏବେ ସିନା ସେ ବିରୋଧି ଦଳରେ। ହେଲେ ପୂର୍ବରୁ ତ ଶାସକ ଦଳ ଥିଲା ବିଜେଡି। ୨୪ ବର୍ଷର ସରକାର ଥିବା ସମୟରେ ୧୮ ବର୍ଷ ଜଳ ସମ୍ପଦ ବିଭାଗ ଦାୟିତ୍ୱରେ ଖୋଦ ଥିଲେ ନବୀନ ପଟ୍ଟନାୟକ। ଏହାର ନିଷ୍କର୍ଷ କ’ଣ? ବଂଶଧାରା ଓ ନାଗାଲୀ ନଦୀର ମଧ୍ୟ ସମାନ ଅବସ୍ଥା। ନବୀନ ପଟ୍ଟନାୟକ ଏହି ସଂକ୍ରାନ୍ତରେ ପ୍ରଥମେ ସ୍ପଷ୍ଟୀକରଣ ରଖନ୍ତୁ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ । ରାଜ୍ୟରେ ଜଳ ସମ୍ପଦର ବିକାଶ ନେଇ କେନ୍ଦ୍ର ସରକାର ବଜେଟ୍‌ରେ ନେଇଥିବା ଉଲ୍ଲେଖନୀୟ ପଦକ୍ଷେପ ସ୍ୱାଗତଯୋଗ୍ୟ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ରବିବାର କେନ୍ଦ୍ର ସରକାରଙ୍କ ଦ୍ୱାରା ଉପସ୍ଥାପିତ ବଜେଟ୍‌କୁ ନେଇ କ୍ଷୋଭ ପ୍ରକାଶ କରିଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ନବୀନ ତାଙ୍କ ସୋସିଆଲ ମିଡିଆ ‘ଏକ୍ସ’ରେ ଲେଖିଥିଲେ, ବଜେଟ ଉପରେ ମୁଁ ମୋର ନିରାଶା ପ୍ରକାଶ କରୁଛି। ବଜେଟ୍‌ରେ ଓଡ଼ିଶା ଏବଂ ଏହାର ଜନସାଧାରଣଙ୍କୁ କୌଣସି ଉଲ୍ଲେଖନୀୟ ଲାଭ ମିଳିନାହିଁ।

LEAVE A REPLY

Please enter your comment!
Please enter your name here