ବୌଦ୍ଧ: ସ୍କୁଲରେ ପିଲାଙ୍କୁ ପାଠ ପଢାଇବା ବଦଳରେ ସାର୍ ଶୋଇଛନ୍ତି. ଗୋଟିଏ କ୍ଲାସରୁମରେ ଚେୟାର ଉପରେ ବସି ସାର୍ ଯଦି ଶୋଇବେ, ତାହେଲେ ପିଲାଏ ସେଠି ପାଠ ପଢିବେ କେମିତି. ଏ ହେଉଛି ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଡାଙ୍ଗମୁଣ୍ଡା ସ୍କୁଲର ଦୃଶ୍ୟ. ସାରଙ୍କ ଶୋଇବା ଦୃଶ୍ୟକୁ କେହି ମୋବାଇଲରେ ସୁଟିଂ କରି ସୋସିଆବ ମିଡିଆରେ ଭାଇରାଲ କରିଛି. କ୍ଲାସରୁମରେ ସାର୍ କି ଦିଦି ଶୋଇବା ନୂଆ ଘଟଣା ନୁହେଁ, ଏହା ପୂର୍ବରୁ ମଧ୍ୟ କେନ୍ଦ୍ରାପଡା ଜିଲ୍ଲାରେ ଦିଦି ଶୋଇଥିବା ଦୃଶ୍ୟ ଆମେ ଦେଖାଇଥିଲୁ. ମାତ୍ର ଏ ଦୃଶ୍ୟ ଦେଖାଇବା ପରେ ବି ସାର୍, ଦିଦିମାନେ ଚେତୁନାହାଁନ୍ତି. ଶିକ୍ଷା ବିଭାଗରେ ଯେତେ ସଂସ୍କାର ଅଣାଗଲେ ବି ଏଭଳି ଶିକ୍ଷକ ରହିଲେ ଗୁଣାତ୍ମକ ଶିକ୍ଷାରେ ଉନ୍ନତି କେମିତି ହେବ, ତାହା ଆପଣମାନେ ଚିନ୍ତା କରନ୍ତୁ.

LEAVE A REPLY

Please enter your comment!
Please enter your name here