ମହାରାଷ୍ଟ୍ରର ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ, ସ୍ୱର୍ଗତ ଅଜିତ ପାୱାରଙ୍କ ଧର୍ମପତ୍ନୀ ସୁନେତ୍ରା ଅଜିତ ପାୱାର । ଆଜି,ଲୋକ ଭବନରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଏହି ବୈଠକରେ ପ୍ରଥମେ ନେତା ସ୍ୱର୍ଗତ ଅଜିତ ପାୱାରଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିଲା ଓ ପରେ ବିଧାୟକ ଦିଲ୍ଲୀପ ବଲସେ ସୁନେତ୍ରାଙ୍କ ନାମ ପ୍ରସ୍ତାବ ଦେଇଥିଲେ । ଦଳର ସମସ୍ତ ସଦସ୍ୟ ଏହା ଉପରେ ସମ୍ମତି ପ୍ରକାଶ କରି ଦସ୍ତଖତ କରିବାପରେ, ସମ୍ମତି ପତ୍ର ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସଙ୍କୁ ପ୍ରଦାନ କରାଯାଇଥିଲା । ଏହାପରେ ସୁନେତ୍ରା ଅଜିତ ପାୱାର ମହାରାଷ୍ଟ୍ରର ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here