ମାଓବାଦୀଙ୍କୁ ବିଏସ୍ଏଫ୍ ଆଇଜି ଦେଇଛନ୍ତି କଡ଼ା ଚେତାବନୀ ,ଆତ୍ମସମର୍ପଣ କର ନଚେତ୍ ଏନକାଉଣ୍ଟର ହେବ । ୨୦୨୬ ମାର୍ଚ୍ଚ ସୁଦ୍ଧା ନକ୍ସଲ ମୁକ୍ତ ଓଡ଼ିଶା ଆମର ଟାର୍ଗେଟ୍ ଥିବା କହିଛନ୍ତି ବିଏସଏଫ୍ ଆଇଜି। ଆନ୍ଧ୍ର ଏବଂ ଛତିଶଗଡ଼ ପଟୁ ମଧ୍ୟ ଓଡ଼ିଶାକୁ ମାଓବାଦୀମାନେ ପଶି ଆସୁଛନ୍ତି । ଏମାନଙ୍କ ଉପରେ ଆମର ନଜର ଥିବା କହିଛନ୍ତି ବିଏସଏଫ ଆଇଜି। ମାଓବାଦୀଙ୍କୁ ବିଏସଏଫ ଆଇଜିଙ୍କ କଡ଼ା ଚେତାବନୀ ଦେଇ କହିଛନ୍ତି ଆତ୍ମସମର୍ପଣ କର ନଚେତ୍ ଏନ୍କାଉଣ୍ଟର କରାଯିବ। ୨୦୨୬ ମସିହା ମାର୍ଚ୍ଚ ମାସ ସୁଦ୍ଧା ଓଡିଶାକୁ ନକ୍ସଲ ମୁକ୍ତ କରିବାକୁ ଆମର ଟାର୍ଗେଟ୍ ରହିଛି। ଆତ୍ମସମର୍ପଣ କଲେ ସହଯୋଗ ମିଳିବ, ମୁଖ୍ୟସ୍ରୋତରେ ଫେରିପାରିବେ। ହିଡ୍ମାର ଏନକାଉଣ୍ଟର ପରେ ଏବେ ଟପ୍ ମାଓନେତାଙ୍କୁ ଆମର ଟାର୍ଗେଟ୍ ରହିଛି। ଚଳିତବର୍ଷ ଓଡିଶାରେ ୧୯ ନକ୍ସଲ ନିହତ ହୋଇଛନ୍ତି। ୮ ଜଣ ଗିରଫ ହୋଇଥିବାବେଳେ ୬ ଜଣ ଆତ୍ମସମର୍ପଣ କରିଥିବା କହିଛନ୍ତି ବିଏସ୍ଏଫ୍ ଆଇଜି ।












