ଭଦ୍ରକ ଚାନ୍ଦବାଲି ଧାମରାରୁ ଏକ ବିରଳ ମାଛ ଧରାଯାଇଛି | ଏହି ମାଛର ନାମ ‘ହ୍ୱେଲ ସାର୍କ’ | ଯାହାର ଓଜନ ୧ କୁଇଣ୍ଟାଲରୁ ଅଧିକ ରହିଛି | ଏହି ବିରଳ ମାଛଟିକୁ ଚେନ୍ନାଇର ଜଣେ ବ୍ୟବସାୟୀ ଚଢା ଦରରେ କିଣିଛନ୍ତି | ଏହାକୁ ସେ ୭ ଲକ୍ଷ ୪୯ ହଜାର ଟଙ୍କାରେ କିଣିଥିବା ସୂଚନା ମିଳିଛି | ସୂଚାନଯୋଗ୍ୟ, ଗତକାଲି ରାତିରେ ମତ୍ସ୍ୟଜୀବୀମାନେ ସମୁଦ୍ର ଭିତରକୁ ମାଛ ଧରିବା ପାଇଁ ଯାଇଥିବା ସମୟରେ ଏହି ମାଛଟିକୁ ଧରିଥିଲେ | ଯେଉଁ ମାଛଟିକୁ ଦେଖିବା ପାଇଁ ଲୋକଙ୍କ ଭିଡ ଜମିଥିଲା | ସେପଟେ ମାଛଟିକୁ ଧରି ମତ୍ସ୍ୟଜୀବୀମାନେ ବେଶ୍‌ ଉତ୍ସାହିତ ହୋଇପଡ଼ିଥିଲେ | ଏହି ମାଛଟିକୁ କୂଳକୁ ଆଣିବା ଲାଗି ୧୫ରୁ ୧୬ ଜଣ ମତ୍ସ୍ୟଜୀବୀ ନିୟୋଜିତ ହୋଇଥିଲେ |

LEAVE A REPLY

Please enter your comment!
Please enter your name here