ଭାରତର ପୂର୍ବତନ ଅଧିନାୟକ ତଥା ଅଲିମ୍ପିଆନ୍ ଦିଲୀପ ତିର୍କୀ ହୋଇପାରନ୍ତି ହକି ଇଣ୍ଡିଆର ନୂଆ ମୁଖିଆ। ଆଜି ସେ ହକି ଇଣ୍ଡିଆ ସଭାପତି ପଦ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି।  କ୍ରୀଡାକୁ ଏକ ନୂଆ ଉଚ୍ଚତାକୁ ଆଣିବା ତାଙ୍କର ଉଦ୍ଦେଶ୍ୟ ବୋଲି ନାମାଙ୍କନପତ୍ର ଦାଖଲ କରିବା ପରେ ର୍ତିକି କହିଛନ୍ତି/ ପୂର୍ବତନ ଫୁଲ୍ ବ୍ୟାକ୍ ୪୪ ବର୍ଷିୟ ର୍ତିକୀ ବର୍ତ୍ତମାନ ଓଡିଶା ହକି ପ୍ରମୋସନ କାଉନସିଲର ଅଧ୍ୟକ୍ଷ ଅଛନ୍ତି। ଅକ୍ଟୋବର ୯ ସୁଦ୍ଧା ହକି ଇଣ୍ଡିଆ ନିର୍ବାଚନ ପ୍ରକ୍ରିୟା ଶେଷ ହେବାର ଅଛି। ବିହାର ସରକାରର ପୂର୍ବତନ ର୍ନିବାଚନ ଅଧିକାରୀ ଅଜୟ ନାୟକଙ୍କୁ ଏହି ର୍ନିବାଚନ ପାଇଁ ରିଟର୍ଣ୍ଣିଂ ଅଫିସର ଭାବରେ ନିଯୁକ୍ତ କରାଯାଇଛି।  

LEAVE A REPLY

Please enter your comment!
Please enter your name here