ଶୁକ୍ରବାର ଠାରୁ ଆରମ୍ଭ ହେଉଛି ମାଟ୍ରିକ ପରୀକ୍ଷା. ଏଥିପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି. ପ୍ରଶ୍ନପତ୍ର ନୋଡାଲ ସେଣ୍ଟରକୁ ପଠାସରିଥିବା ବେଳେ ଆସନ୍ତାକାଲି ପରୀକ୍ଷା କେନ୍ଦ୍ରରେ ପହଞ୍ଚାଇବାକୁ ବ୍ୟବସ୍ଥା କରାଯାଇଛି. ପ୍ରଶ୍ନପତ୍ର ବିତରଣ ପାଇଁ ରାଜ୍ୟରେ 304ଟି କେନ୍ଦ୍ର ରହିଛି. ସେଥିମଧ୍ୟରୁ 19ଟି କେନ୍ଦ୍ର ପୋଲିସ ଥାନାରେ ହୋଇଥିବା ବେଳେ ଅନ୍ୟ କେନ୍ଦ୍ରଗୁଡିକରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି. ଚଳିତ ବର୍ଷ ପରୀକ୍ଷାରେ କୌଣସି ବିଶୃଙ୍ଗଳା ସୃଷ୍ଟି ନହେବା ପାଇଁ ପୋଲିସ ଡ଼ିଜି ପଦକ୍ଷେପ ଗ୍ରହଣ କରିଛନ୍ତି । ଏନେଇ ସମସ୍ତ ଜିଲ୍ଲାପାଳ ଓ ଏସପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପ୍ରଶ୍ନକୁ ନେଇ ବୋର୍ଡ ସଜାଗ ରହିଛି ବୋଲି ଗଣଶିକ୍ଷା ସଚିବ ପ୍ରଦୀପ୍ତ ମହାପାତ୍ର କହିଛନ୍ତି

LEAVE A REPLY

Please enter your comment!
Please enter your name here