୨୦୧୯ ଲୋକସଭା ନିର୍ବାଚନରେ ସାରା ଭାରତରେ କଂଗ୍ରେସର ବିଫଳତା ସମସ୍ତଙ୍କୁ ଚକିତ କରିଛି । କଂଗ୍ରେସ ଭଳି ଭାରତର ସର୍ବପୁରାତନ ଦଳର ସ୍ଥିିତିଯେ ଏତେ ଖରାପ ହେବ ଏହା କେହି ସହଜରେ ବିଶ୍ୱାସ କରିପାରୁ ନାହାନ୍ତି । ନିର୍ବାଚନରେ ଧରାଶାୟୀ ହେବାପରେ କଂଗ୍ରେସରେ ଜାରି ରହିଛି ଇସ୍ତଫା ପ୍ରକ୍ରିୟା । ଏହି କ୍ରମରେ ସୋମବାର ଝାଡଖଣ୍ଡର ପିସିସି ସଭାପତି ଅଜୟ କୁବାର ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି । ଦଳର ଖରାପ ପ୍ରଦର୍ଶନ ପାଇଁ ନୈତିକତା ଦୃଷ୍ଟିରୁ ସେ ଏହି ପଦକ୍ଷେପ ନେଇଥିବା କହିଛନ୍ତି । ଏହା ପୂର୍ବରୁ ଉତରପ୍ରଦେଶ କଂଗ୍ରେସ ମୁଖ୍ୟ ରାଜବବର ଏବଂ ଓଡିଶାର ପିସିସି ସଭାପତି ନିରଞନ ପଟ୍ଟନାୟକ ମଧ୍ୟ ନୈତିକତା ଦୃଷ୍ଟିରୁ ନିଜ ପଦବୀରୁ ଇସ୍ତଫା ଦେଇ ସାରିଛନ୍ତି । କଂଗ୍ରେସର ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସାରା ଭାରତରେ କଂଗ୍ରେସର ନୈରାଶଜନକ ପ୍ରଦର୍ଶନ ପାଇଁ ନିିଜକୁ ଦାୟୀକରି ନିଜ ପଦବୀରୁ ଇସ୍ତଫା ଦେଇଥିଲେ । କିନ୍ତୁ ଶନିବାର ଅନୁଷ୍ଠିତ କଂଗ୍ରେସର କାର୍ଯ୍ୟକାରିଣୀ ବୈଠକରେ ତାହାକୁ ଆଗ୍ରାହ୍ୟ କରିଦିଆ ଯାଇଥିଲା । ଏବେ ପ୍ରଶ୍ନ ଉଠୁଛି, ରାହୁଲଙ୍କ ଇସ୍ତଫା ଯଦି ଗ୍ରହଣୀୟ ନୁହେଁ, ତେବେ ପିସିସି ସଭାପତିମାନଙ୍କ ଇସ୍ତଫା ଗୃହୀତ ହେବ ନା ନାହିଁ ?

LEAVE A REPLY

Please enter your comment!
Please enter your name here