ସରକାରୀ କର୍ମଚାରୀଙ୍କ ଗ୍ରୁପ୍-ଏ ଠାରୁ ଆରମ୍ଭ କରି ଗ୍ରୁପ୍-ଡି ପର୍ଯ୍ୟନ୍ତ ସମସ୍ତ କର୍ମଚାରୀଙ୍କୁ ନିଜର ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ତାଲିକା ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତା ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ସମ୍ପତ୍ତିର ସୂଚନା ନ ଦେଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସାଧାରଣ ପ୍ରଶାସନ ଓ ଜନ ଅଭିଯୋଗ ଶୁଣାଣି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଅଛି । ପ୍ରତିବର୍ଷ ୧ ଜାନୁଆରୀରେ ସମସ୍ତ ସରକାରୀ କର୍ମଚାରୀଙ୍କୁ ନିଜର ସ୍ଥାବର ଏବଂ ଅସ୍ଥାବର ସମ୍ପତ୍ତି ଏବଂ ତାହାର ମୂଲ୍ୟର ଏକ ସତ୍ୟ ଏବଂ ସମ୍ପୂର୍ଣ୍ଣ ଘୋଷଣା ସେହି ବର୍ଷର ୩୧ ଜାନୁଆରୀ କିମ୍ବା ତା ପୂର୍ବରୁ HRMS ପୋର୍ଟାଲରେ ଅନଲାଇନ୍ ଭାବରେ ଦାଖଲ କରିବାକୁ ପଡିଥାଏ ।
ସମ୍ପତ୍ତି ବିବରଣୀ ଦାଖଲ କରିବାର ସମୟ ସୀମା ମଧ୍ୟରେ ଅଧିକାଂଶ ସରକାରୀ କର୍ମଚାରୀ ସେମାନଙ୍କ ବାର୍ଷିକ ସମ୍ପତ୍ତିର ବିବରଣୀ ଦାଖଲ କରିନଥିବାରୁ ସରକାର ଏମିତି ପଦକ୍ଷେପ ନେଇଛନ୍ତି । ସେଥିପାଇଁ କର୍ମଚାରୀ ମାନଙ୍କୁ ସମୟ ସୀମା ଦିଆଯାଇଛି । ଏହି ସମୟକୁ ବୃଦ୍ଧି କରି ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ସମ୍ପତ୍ତି ତାଲିକା ଦାଖଲ କରିବାକୁ ବିଭାଗ ନିର୍ଦ୍ଦେଶ ଦେଇଅଛି । କର୍ମଚାରୀମାନଙ୍କୁ ନିର୍ଦ୍ଧାରିତ ଶେଷ ତାରିଖର ପୂର୍ବରୁ ସେମାନଙ୍କର ସମ୍ପତ୍ତି ବିବରଣୀ ଦାଖଲ କରିବାକୁ ପରାମର୍ଶ ଦିଆଯାଇଛି । ଯଦି କେହି ନିର୍ଦ୍ଦେଶ ପାଳନ ନ କରନ୍ତି ତେବେ ସେମାନଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

LEAVE A REPLY

Please enter your comment!
Please enter your name here