କାଶ୍ମିରରୁ ଧାରା ୩୭୦ ଉଛେଦ ହେବା ପରେ ପାକିସ୍ତାନ ସେନା ଭାରତରେ ଅଶାନ୍ତି ସୃଷ୍ଟି କରିବା ନେଇ ପ୍ରୟାସ ଜାରି ରଖିଥିବା ବେଳେ, ଅନେକ ସମୟରେ ଗୁଳି ଭାରତୀୟ ସେନାଙ୍କ ଉପରକୁ ଗୁଳି ବର୍ଷା କରୁଛନ୍ତି | ସେପଟେ ଭାରତ ଓ ଚୀନ ସେନା ମୁହାଁ ମୁହିଁ ହୋଇଛନ୍ତି | ଗତ ବୁଧବାର ପୂର୍ବ ଲଦାଖ ପେଂଗଗଙ୍ଗ ହ୍ରଦ ନିକଟରେ ଭାରତୀୟ ସେନା ପେଟ୍ରୋଲିଙ୍ଗ କରୁଥିବା ସମୟରେ ଚୀନ ସେନାମାନେ ବାଧା ଉତ୍ପର୍ଣ୍ଣ କରିଥିଲେ | ପରେ ଦୁଇ ଦେଶର ସେନା ମୁହାଁମୁହିଁ ହୋଇଥିଲେ | ପେଂଗଗଙ୍ଗ ହ୍ରଦ ଚୀନରେ ଦୁଇ ତୃତୀୟାଂଶ ରହିଥିବାବେଳେ ଭାରତରେ ଗୋଟିଏ ଭାଗ ରହିଛି । ତିବ୍ବତଠାରୁ ଲଦାଖ ପର୍ଯ୍ୟନ୍ତ ଲମ୍ବିଛି ଏହି ହ୍ରଦ । ଅନେକ ସମୟ ଧରି ଦୁଇ ସେନାର ଯବାନଙ୍କ ମଧ୍ୟରେ ଧସ୍ତାଧସ୍ତି ହେବ ସହ ଉତ୍ତେଜନା ମୂଳକ ପରିସ୍ଥିତ ସୃଷ୍ଟି ହୋଇଥିଲା । ପେଂଗଗଙ୍ଗ ହ୍ରଦର ୧୩୪ କିଲୋମିଟର ଉତ୍ତରରେ ଏହି ଘଟଣା ଘଟିଥିଲା । ପରେ ଦୁଇ ଦେଶ ସେନାର ଉଚ୍ଚ ପ୍ରତିନିଧି ମଣ୍ଡଳସ୍ତରୀୟ ଆଲୋଚନା ପରେ ଉତ୍ତେଜନା ଥମିଥିବା ଜଣାପଡ଼ିଛି । ତେବେ ବୁଧବାର ଭାରତ ଓ ଚୀନ ମଧ୍ୟରେ ଦେଖା ଦେଇଥିବା ଅଶାନ୍ତି ପ୍ରଥମ ନୁହେଁ, ପୂର୍ବରୁ ୨୦୧୭ ଅଗଷ୍ଟ ୧୫ରେ ଏହି ଅଞ୍ଚଳରେ ଦୁଇ ସେନାର ଯବାନ ମୁହାଁମୁହିଁ ହୋଇଥିଲେ | ପଥର ଏବଂ ଲୁହା ରଡ଼ ସାହାଯ୍ୟରେ ପରଷ୍ପରକୁ ଆକ୍ରମଣ କରିଥିଲେ | ସେହିବର୍ଷ ସୀମାର ଡୋକଲାମରେ ମଧ୍ୟ ଦୁଇ ଦେଶର ଯବାନଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା । ଦୀର୍ଘ ୭୩ ଦିନ ଧରି ମୁହାଁମୁହିଁ ପରିସ୍ଥିତି ପରେ ଉଭୟ ଦେଶର ଯବାନ ହଟିଥିଲେ ।

LEAVE A REPLY

Please enter your comment!
Please enter your name here