ସନ୍ଥ ବିନୋବା ଭାବେଙ୍କ ୧୨୫ତମ ଜୟନ୍ତୀ ପାଳିତ ହୋଇଯାଇଛି । ରାୟଗଡା ଜିଲ୍ଲା ବିସମକଟକ ବ୍ଲକ ତାଡିଙ୍ଗିପାଇ ଗାଁରେ ପାଳିତ ହୋଇଛି ଜୟନ୍ତୀ ଉତ୍ସବ | ଭୁଦାନ-ଗ୍ରାମଦାନର ପ୍ରଣେତା ପ୍ରଥମ ସତ୍ୟାଗ୍ରାହୀ ସନ୍ଥ ବିନୋବା ଭାବେ ୧୯୫୭ ମସିହାରେ ତାଡିଙ୍ଗିପାଇ ଗାଁରେ ପଦାର୍ପଣ କରି ଗ୍ରାମରୁ ୧୦୮ ଏକର ଭୂଦାନ ଜମି ଗ୍ରହଣ କରିଥିଲେ । ତେଣୁ ତାଡିଙ୍ଗିପାଇଠାରେ ସନ୍ଥ ବିନୋବା ଭାବେଙ୍କ ୧୨୫ତମ ଜନ୍ମତିଥି ଅବସରରେ ସନ୍ଥ ବିନୋବା ରୌପ୍ୟ ଜୟନ୍ତୀ ସମାରୋହ କମିଟି ରାୟଗଡା ତରଫରୁ ପାଳିତ ହୋଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରାକା ଯୋଗଦେଇ ବିନୋବାଙ୍କ ସ୍ମୁତି ଚାରଣ କରିବା ସହ ବୃକ୍ଷରୋପଣ, ଗାନ୍ଧିଜୀଙ୍କ ଜୀବନି ପୁସ୍ତକ ଉନ୍ମୋଚନ କରିଥିଲେ । ଏଥିସହ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ବ୍ୟକ୍ତି, ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ପରେ ବିଷମ କଟକ ବ୍ଲକ ଡାଳିଆ କୁଜି ଗ୍ରାମରେ ପହଂଚି ନୂତନ ପଂଚାୟତ କର୍ଯ୍ୟାଳୟ ଗୃହ ଉଦଘାଟଣ କରି ମୁନିଗୁଡା ବ୍ଲକର ଅମ୍ବାଦଳା ଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ |
ରାୟଗଡା ସ୍ମୃତି ରଞ୍ଜନ ମହାନ୍ତି

LEAVE A REPLY

Please enter your comment!
Please enter your name here