ଆସନ୍ତାକାଲି ହେବ ରାଜ୍ୟସଭା ନିର୍ବାଚନ । ୪ଟି ଆସନ ପାଇଁ ବିଧାୟକମାନେ ଭୋଟ୍ ଦେବେ । ଦୁଇ ବିରୋଧୀ ଦଳ ବିଜେଡି ଓ କଂଗ୍ରେସ ଶିବିରରେ କ୍ରସ୍ ଭୋଟିଂକୁ ନେଇ ରହିଛି ଡର । ବିଫଳ ହେବା ପରେ ନିଜ ନିଜ ବିଧାୟକଙ୍କୁ କାର୍ଯ୍ୟାନୁଷ୍ଠାନ ଡର ଦେଖାଇଛନ୍ତି ବିଜେଡି ଓ କଂଗ୍ରସ ଦଳ ।କ୍ରସ ଭୋଟିଂର ଡର ପାଇଁ ସବୁ ବିଧାୟକଙ୍କୁ ନିଜ ଆଖି ସାମ୍ନାରେ ରଖିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ ଦିନରେ ସବୁ ବିଧାୟକଙ୍କ ପାଇଁ ହୋଇଥିଲା ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ଏବଂ ସମସ୍ତେ ରାତ୍ରୀ ଭୋଜନ ବି କରିବେ ଆଉ ରାତିରେ ବି ଏହିଠାରେ ରହିବାକୁ ପଡ଼ିବ । ବିଧାୟକଙ୍କୁ ନାଲି ଆଖି ଦେଖାଇବା ସହ କାର୍ଯ୍ୟାନୁଷ୍ଠାନ ଡର ଦେଖାଇ କ୍ରସ୍ ଭୋଟିଂ ଏଡାଇବାକୁ ଉଦ୍ୟମ କରିଛି ବିଜେଡି ଦଳ । ଗତ ଦୁଇ ଦିନ ଧରି ହୋଇଥିବା ଟ୍ରେନିଂରେ ବିଧାୟକ ଚକ୍ରମଣି କହଁର, ସୌଭିକ ବିଶ୍ଵାଳ ଓ ନବ ମଲ୍ଲିକ ଅନୁପସ୍ଥିତ ଥିଲେ । ୨ ବିଧାୟକଙ୍କୁ ସୋ’ କଜ୍ ନୋଟିସ୍ ଦିଆଯାଇଛି । ବିଜେଡିର ୨ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଛି । ଚକ୍ରମଣି କହଁର ଓ ନବ ମଲ୍ଲିକଙ୍କୁ କାରଣ ଦର୍ଶାଅ ନୋଟିସ୍ ଦିଆଯାଇଛି । ସୋ କଜ୍ ନୋଟିସ୍ ଦେଇଛନ୍ତି ବିଜେଡି ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । କ୍ରସ ଭୋଟିଂକୁ ନେଇ କଂଗ୍ରେସକୁ ମଧ୍ୟ ଅଧିକ ଡର । ବେଙ୍ଗାଳୁରୁରେ ଥିବା ୮ ବିଧାୟକ ଆଜି ରାତିରେ ଆସି ଭୁବନେଶ୍ଵରରେ ପହଞ୍ଚିବେ । ମୋହନା ବିଧାୟକ ଦାଶରଥୀ ଗମାଙ୍ଗ ମାର୍ଚ୍ଚ ୫ ପରଠୁ ନିଜ ଦଳର ନେତାଙ୍କ ଫୋନ୍ ଉଠାଉ ନାହାନ୍ତି କି ମେସେଜର ରିପ୍ଲାଏ ବି ଦେଉନାହାନ୍ତି । ତେଣୁ ସନ୍ଧ୍ୟା ସୁଦ୍ଧା ହାଜର ହୋଇ କାରଣ ଦର୍ଶାଅ ନୋଟିସର ଉତ୍ତର ଦେବାକୁ ଦଳ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରେସମିଟ୍ କରି କଂଗ୍ରେସ ପ୍ରଭାରୀ ଅଜୟ ଲଲ୍ଲୁ ବିଜେପି ବିରୋଧରେ ଆଣିଛନ୍ତି ଘୋଡ଼ା ବେପାର ଅଭିଯୋଗ । ଆଉ ପିସିସି ସଭାପତି ଭକ୍ତ ଦାସ ବିଧାୟକଙ୍କୁ ଦେଖାଇଛନ୍ତି ନାଲିଆଖି। କହିଛନ୍ତି ଏରିଆରେ ଚଲାଇ ଦିଆଯିବନି ।ବିଧାୟିକା ସୋଫିଆ ଫିର୍ଦ୍ଦୋସ ପିସିସିର ନିଷ୍ପତ୍ତିକୁ ଗତକାଲି ବିରୋଧ କରି ନିଜ ଆଭିମୁଖ୍ୟ ସ୍ପଷ୍ଟ କରିସାରିଛନ୍ତି ।

LEAVE A REPLY

Please enter your comment!
Please enter your name here