ଆଜିର ରାଜ୍ୟସଭା ନିର୍ବାଚନ ମତଦାନରେ ଅଧିକ ମାତ୍ରାରେ କ୍ରସ୍ ଭୋଟିଂ ହୋଇଛି । ମୋଟ ୧୧ ଜଣ ବିଧାୟକ କ୍ରସ୍ ଭୋଟିଂ କରିଛନ୍ତି । ବିଜେଡ଼ି ଓ କଂଗ୍ରେସ ଉଭୟ ଦଳର ଅସନ୍ତୁଷ୍ଟ ନେତା ବିଜେପି ସପକ୍ଷରେ ମତ ସାବ୍ୟସ୍ତ କରିଛନ୍ତି । ତିନି ବିଧାୟକ ସୋଫିଆ ଫିର୍ଦ୍ଦୋସ, ସୌଭିକ ବିଶ୍ୱାଳ ଏବଂ ଦେବୀ ରଞ୍ଜନ ତ୍ରିପାଠୀ ନିଜ ବାପାଙ୍କ ଅପମାନର ପ୍ରତିଶୋଧ ନେଇଛନ୍ତି । ଆଜି ନିର୍ବାଚନ ବେଳେ ମୋଟ ୧୧ ଜଣ ବିଧାୟକ- କଂଗ୍ରେସରୁ ୩, ବିଜେଡ଼ିରୁ ୬ ଏବଂ ୨ ନିଲମ୍ବିତ ସଦସ୍ୟ କ୍ରସ୍ ଭୋଟିଂ କରିଥିବା ଜଣାପଡ଼ିଛି । ପିସିସି ସଭାପତି ଭକ୍ତ ଦାସ ସ୍ପଷ୍ଟ କରିଛନ୍ତି ଯେ କଂଗ୍ରେସ ବିଧାୟକ ରମେଶ ଜେନା, ଦାଶରଥୀ ଗମାଙ୍ଗ ଓ ସୋଫିଆ ଫିର୍ଦ୍ଦୋସ କ୍ରସ୍ ଭୋଟିଂ କରିଛନ୍ତି। କଂଗ୍ରେସ ପୂର୍ବତନ କଟକ ବାରବାଟୀ ବିଧାୟକ ସୋଫିଆଙ୍କ ବାପା ମହମ୍ମଦ ମୋକିମଙ୍କୁ ଦଳରୁ ବହିଷ୍କୃତ କରାଯାଇଥିଲା ଏବଂ ସୋଫିଆଙ୍କୁ କୌଣସି ବୈଠକରେ ଦଳ ସାମିଲ କରୁନଥିଲା । ପ୍ରଭାତ ବିଶ୍ୱାଳ ଅତୀତରେ ବାପାଙ୍କ ପ୍ରତି ହୋଇଥିବା ଅନ୍ୟାୟର ପ୍ରତିଶୋଧ ନେଇଛନ୍ତି । ବିଜେଡ଼ି ପ୍ରାର୍ଥୀ ଚୟନ ବୈଠକରେ ପ୍ରଭାତ ଯୋଗ ଦେଇଥିଲେ ଓ ସେଠାରେ ସେ ପ୍ରାର୍ଥୀକୁ ବିରୋଧ କରିବାରୁ ତୁରନ୍ତ ତାଙ୍କୁ ଦଳରୁ ବହିଷ୍କୃତ କରାଯାଇଥିଲା । ଦେବୀ ରଞ୍ଜନ ତ୍ରିପାଠୀଙ୍କ ବାପା ପ୍ରଭାତ ତ୍ରିପାଠୀଙ୍କୁ ଗତବର୍ଷ ବିଜେଡ଼ି ସୁପ୍ରିମୋ ବହିଷ୍କୃତ କରିଥିଲେ । ଯେଉଁଥିପାଇଁ ଏହି ଦୁଇ ଜଣ କ୍ରସ୍ ଭୋଟିଂ କରିଛନ୍ତି ବୋଲି କୁହାଯାଉଛି। ସୌଭିକ ବିଶ୍ୱାଳ ବାପାଙ୍କ ପାଇଁ ସ୍ୱାଧୀନ ପ୍ରାର୍ଥୀଙ୍କୁ ଭୋଟ୍ ଦେଇଥିବା କହିଛନ୍ତି ।

LEAVE A REPLY

Please enter your comment!
Please enter your name here