ସମସ୍ତ ବେସରକାରୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟୟରେ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଏନସିଇଆରଟି ପୁସ୍ତକ ପ୍ରଚଳନ ନିମନ୍ତେ ମାଡ୍ରାସ ଉଚ୍ଚ ନ୍ୟାୟାଳୟ  ମାନବ ସମ୍ବଳ ମନ୍ତ୍ରାଳୟ ଓ ସିବିଏସଇ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ ଏବଂ ଆଗାମୀ ଶିକ୍ଷା ବର୍ଷରେ ଏହାକୁ ଲାଗୁ କରିବା ପାଇଁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ. କେନ୍ଦ୍ର ମାନବ ସମ୍ବଳ ବିଭାଗ ତରଫରୁ ମଧ୍ୟ ରାଜ୍ୟର ଶିକ୍ଷା ସଚିବ ମାନଙ୍କୁ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା. ମାତ୍ର ଚଳିତ ଶିକ୍ଷା ବର୍ଷରେ ସମସ୍ତ ବେସରକାରୀ ବିଦ୍ୟାଳୟ ଏହାକୁ ଅବମମାନନା କରି ଘରୋଇ ପ୍ରକାଶନ ପୁସ୍ତକ କିଣିବା ପାଇଁ ଅଭିଭାବକମାନଙ୍କୁ ବାଧ୍ୟ କରୁଥିବା ଦେଖିବାକୁ ମିଳିଛି. ପୁସ୍ତକ କିଣାବିକାରେ ମଧ୍ୟ କୋଟି କୋଟି ଟଙ୍କା କାରବାର ହେଉଥିବା ପ୍ରକାଶ ପାଇଛି. ଯଦି ବିଭାଗୀୟ କର୍ତ୍ତୃପକ୍ଷ ଏହାର ଉତ୍ତର ନ ଦିଅନ୍ତି ତାହେଲେ ଆଗାମୀ ଦିନରେ ଓଡିଶା ଅଭିଭାବକ ସଂଘ ପକ୍ଷରୁ ବିଭାଗୀୟ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ଚେତାବନୀ ଦିଆଯାଇଛି.

 

LEAVE A REPLY

Please enter your comment!
Please enter your name here