ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୁଧବାର ସକାଳେ ହରିୟାଣାର ଅମ୍ବାଲା ବାୟୁସେନା ଷ୍ଟେସନରୁ ରାଫେଲ ଲଢ଼ୁଆ ବିମାନ ଉଡ଼ାଇ ଇତିହାସ ରଚିଛନ୍ତି। ବାୟୁସେନା ମୁଖ୍ୟ ମାର୍ଶାଲ ଏ.ପି. ସିଂହ ଏବଂ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି ଉଡ଼ାଣ କେବଳ ତାଙ୍କର ସାହସିକ ନେତୃତ୍ୱ ଶୈଳୀର ପ୍ରତୀକ ନୁହେଁ ବରଂ ଭାରତର ବର୍ଦ୍ଧିତ ପ୍ରତିରକ୍ଷା କ୍ଷମତା ଏବଂ ବିଶ୍ୱ ସମ୍ମୁଖରେ ଏକ ଆତ୍ମନିର୍ଭରଶୀଳ ଭାରତ ପାଇଁ ଏହାର ସଂକଳ୍ପକୁ ପ୍ରଦର୍ଶିତ କରିଥିବା ଦେଖିବାକୁ ମିଳିଥିଲା ।ଏହା ପୂର୍ବରୁ ୮ ଏପ୍ରିଲ୍ ୨୦୨୩ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସାମର ତେଜପୁର ବାୟୁସେନା ଷ୍ଟେସନରୁ ଏକ ସୁଖୋଇ-୩୦ଏମ୍କେଆଇ ଲଢ଼ୁଆ ବିମାନ ଉଡ଼ାଇଥିଲେ। ଲଢୁଆ ବିମାନ ରାଫେଲରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଐତିହାସିକ ଉଡାଣକୁ ଭାରତୀୟ ବାୟୁସେନା ପାଇଁ ଗର୍ବ ଓ ଦେଶର ମହିଳାଙ୍କ ପାଇଁ ପ୍ରେରଣା ରୂପେ ଦେଖାଯାଉଛି । ଉଲ୍ଲେଖଯୋଗ୍ୟ ଯେ ଏହା ପୂର୍ବରୁ ୨୦୨୩ ଏପ୍ରିଲ୍ ୮ରେ ଆସାମର ତେଜପୁର ଏୟାରବେସରେ ସୁଖୋଇ-୩୦ ଏମ୍‌କେଆଇରେ ଉଡାଣ ଭରିଥିଲେ । ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁସାରେ ଏୟାର ଚିଫ୍ ମାର୍ଶଲ୍ ଓ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ପୂରା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମ ଏବଂ ପ୍ରତିଭା ପାଟିଲ ମଧ୍ୟ ଏକ ସୁଖୋଇ-୩୦ ଏମକେଆଇ ଲଢ଼ୁଆ ବିମାନ ଉଡ଼ାଇଥିଲେ।

LEAVE A REPLY

Please enter your comment!
Please enter your name here