ବହୁ ଚର୍ଚ୍ଚିତ କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ସ୍କୁଲ ଶିକ୍ଷୟିତ୍ରୀ ନିଖୋଜ ମାମଲାରେ ଅଟକ ଥିବା ସ୍କୁଲ ପରିଚାଳନା କମିଟି ସଭାପତି ଗୋବିନ୍ଦ ସାହୁ ଚମ୍ପଟ ମାରିବା ଘଟଣା । ଦାୟିତ୍ୱରେ ଥିବା ୩ ପୋଲିସ କର୍ମଚାରୀ ସସପେଣ୍ଡ । କର୍ତ୍ତବ୍ୟରେ ଅବହେଳା ପାଇଁ ୩ ପୋଲିସ ସସପେଣ୍ଡ । ଟିଟିଲାଗଡ ପୋଲିସ ହେପାଜତରେ ଥିବା ଗୋବିନ୍ଦ ଗତକାଲି ରାତିରେ ପୋଲିସ ବ୍ୟାରେକରୁ ଫେରାର ହୋଇଯାଇଛି । ହାତ ଧୋଇବାକୁ ଯାଇଥିବା କହି ସେ ପୋଲିସ ବ୍ୟାରେକରୁ ଖସିଯାଇଛି । ଘଟଣା ପରେ ଟିଟିଲାଗଡ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଏବେ ଚଢାଉ କରାଯାଇଛି । ରାସ୍ତାଘାଟ ସିଲ୍ କରି ଯାଞ୍ଚ କରାଯାଉଛି । ତେବେ ଗୋବିନ୍ଦ ସାହୁ ଚମ୍ପଟ ମାରିବା ପରେ ଏବେ ଅନେକ ପ୍ରଶ୍ନ । କାହିଁକି ଫେରାର ହେଲା ଗୋବିନ୍ଦ? ସେ ଚମ୍ପଟ ମାରିବା ପଛରେ କାହାର ହାତ ରହିଛି କି? ପୋଲିସ ବ୍ୟାରେକରୁ କେମିତି ଖସିଗଲେ ଗୋବିନ୍ଦ । ମହାଲିଙ୍ଗ ସ୍କୁଲରେ କାମ କରୁଥିବା ଶିକ୍ଷୟିତ୍ରୀ ମମତା ଗତ ୧୧ ଦିନ ତଳେ ସ୍କୁଲ ଯିବାବେଳେ ନିଖୋଜ ହୋଇଯାଇଥିଲେ । ଏହାପରେ ସ୍କୁଲ ପରିଚାଳନା କମିଟି ସଭାପତି ଗୋବିନ୍ଦ ସାହୁଙ୍କର ସମ୍ପୃକ୍ତି ଥିବା ଅଭିଯୋଗ କରିଥିଲେ ପରିବାର ଲୋକମାନେ । ମାମଲାରେ ତାଙ୍କୁ ୪ଦିନ ଧରି ଅଟକ ରଖି ପଚରାଉଚରା କରୁଥିଲା ପୋଲିସ ।

LEAVE A REPLY

Please enter your comment!
Please enter your name here