ରାୟଗଡାରୁ ଗିରଫ ହୋଇଛନ୍ତି ଦୁଇ ନକଲି ମାଓବାଦୀ । ରାୟଗଡ଼ା ଜିଲ୍ଲାରେ ମାଓ ପୋଷ୍ଟର ମାରି ଆତଙ୍କ ଖେଳାଇବା ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ। ଗିରଫ ହୋଇଥିବା ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ହେଉଛନ୍ତି ୱେବ୍ ଚ୍ୟାନେଲ୍ ସାମ୍ବାଦିକ ଅନୁବ୍ରତ ବାରା ଓ ଅନ୍ୟ ଜଣକ ହେଉଛନ୍ତି ବଳୀ ମାଝୀ,ସେ ପୂର୍ବରୁ ନକ୍ସଲ ମାମଲାରେ ଗିରଫ ହୋଇ ଜେଲ୍ ଯାଇଥିଲେ । ରାୟଗଡ଼ା ଜିଲ୍ଲାରେ ଦୁଇ ଦିନ ତଳେ ତିନୋଟି ଭିନ୍ନ ଭିନ୍ନ ସ୍ଥାନରେ ମାଓବାଦୀଙ୍କ ନାଁରେ ପୋଷ୍ଟର ଲଗାଯାଇଥିଲା। ମାଓ ପୋଷ୍ଟର ପାଇବା ପରେ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଉଭୟ ଅଭିଯୁକ୍ତଙ୍କୁ ଗିରଫ କରାଯିବା ପରେ ସ୍ଥାନୀୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସେମାନଙ୍କର ଡାକ୍ତରି ମାଇନା କରାଯାଇଛି। ପୋଲିସ ଏହି ଘଟଣାରେ ଅଧିକ ତଦନ୍ତ ଜାରି କରୁଅଛି।

LEAVE A REPLY

Please enter your comment!
Please enter your name here