କେନ୍ଦ୍ରାପଡା ଜିଲ୍ଲା ଡେରାବିସ ତହସିଲ ନିକିରେଇ ଏଆରଆଇ ଅଭିମନ୍ୟୁ ବେହେରାଙ୍କୁ ଧରିଛି ଭିଜିଲାନ୍ସ। ୧୨ ହଜାର ଟଙ୍କା ଲାଞ୍ଚ ନେଲାବେଳେ ଧରିଲା ଭିଜିଲାନ୍ସ ଏଆରଆଇ ଅଭିମନ୍ୟୁ ଘର ଜମିପଟ୍ଟା କରାଇଦେବା ନାଁରେ ଶ୍ରୀନାଥ ମଲ୍ଲିକଙ୍କ ଠାରୁ ୧୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଆବେଦନକାରୀଙ୍କୁ ପ୍ରଥମେ ୧୫ ହଜାର ଟଙ୍କା ମାଗିଥିଲେ। ପରେ ୧୨ ହଜାର ଟଙ୍କା ଲାଞ୍ଚ ନେବାକୁ ରାଜି ହୋଇଥିଲେ। ଲାଞ୍ଚ ନେବା ବେଳେ ଧରିବା ସହ ଲାଞ୍ଚ ଟଙ୍କା ଜବତ କରିଛି ଭିଜିଲାନ୍ସ। ଏବେ ଏଆରଆଇ ଅଭିମନ୍ୟୁ ବେହେରାଙ୍କ ସମ୍ପତ୍ତି ଉପରେ ଭିଜିଲାନ୍ସ ତଦନ୍ତ କରୁଛି। ବର୍ତ୍ତମାନ ୨ଟି ସ୍ଥାନରେ ଏକାସାଙ୍ଗରେ ଛାନଭିନ୍ କରୁଅଛି। ଆଳି ଏବଂ ଗରାପୁରରେ ଥିବା ରାଜସ୍ବ ନିରୀକ୍ଷକଙ୍କ ଘରକୁ ମଧ୍ୟ ଭିଜିଲାନ୍ସ ଟିମ୍ ଚଢ଼ାଉ କରିଛି।














