ଜଣେ କି ଦୁଇ ଜଣ ନୁହେଁ । ୨୫ ପ୍ରେମିକାଙ୍କର ଦିଲ୍ ଖୁସ୍ କରାଉଥିଲା ଅଭିଯୁକ୍ତ ନାରାୟଣ । କେତେବେଳେ ମୋବାଇଲ୍‌, ଲାପଟପ୍‌, ସୁନାଚେନ୍ ତ କେତେବେଳେ ଦାମୀ କାନଫୁଲ ପ୍ରେମିକାମାନଙ୍କୁ କରୁଥିଲା ଗିଫ୍ଟ । ଆଉ ଏସବୁ ସେ କେଉଁ ଦୋକାନରୁ କିଣୁନଥିଲା । ସବୁ କରୁଥିଲା ଚୋରୀ । ଆମେ କହୁଛୁ ନୟାପଲ୍ଲୀ ତୁଳସୀ ଦେଈ ହତ୍ୟାଘଟଣାରେ ଗିରଫ ହୋଇଥିବା ଅଭିଯୁକ୍ତ ନାରାୟଣର କଥା । ନାରାୟଣର ଆଜି ଥିଲା ଶେଷ ରିମାଣ୍ଡ । ସେ ପୋଲିସକୁ କହିଥିବା ସବୁକଥା ଆଜି ସାମ୍ନାକୁ ଆସିଛି । ସେକ୍ସ ର‌୍ୟାକେଟ୍ , ଡ୍ରଗ୍ସରେ ସାମିଲ ଥିଲା ନାରାୟଣ । ଲକ୍‌ଡାଉନରେ ସେକ୍ସ ର‌୍ୟାକେଟ ବନ୍ଦ ହେବା ପରେ ଲୁଟ୍ ପାଟ ଆରମ୍ଭ କରିଦେଇଥିଲା ଅଭିଯୁକ୍ତ । ଏବଂ ମର୍ଡର କରି ଲୁଟିଥିଲା କାନଫୁଲ । ୨୬ଟି ମାମଲା ରହିଛି ଅଭିଯୁକ୍ତ ନାରେ ।

LEAVE A REPLY

Please enter your comment!
Please enter your name here