ପରୀ ହତ୍ୟା ମାମଲାର ତଦନ୍ତ ସିବିଆଇକୁ ଦେବା ପାଇଁ ଦାବି କରି ପରୀର ମା ଆଜି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । ପୂର୍ବରୁ ରାଜ୍ୟ ସରକାର କରିଥିବା ଏସଆଇଟି ତଦନ୍ତରେ ସେ ସନ୍ତୁଷ୍ଟ ନୁହଁନ୍ତି ଏବଂ ପ୍ରକୃତ ଦୋଷୀକୁ ତଦନ୍ତକାରୀ ସଂସ୍ଥା ଧରିନାହାଁନ୍ତି ବୋଲି ପରୀର ବାପା ମା କହି ଆସୁଥିଲେ । ଏପରିକି ପରୀକୁ ନ୍ୟାୟ ଦେବା ପାଇଁ ସେମାନେ ବାରମ୍ବାର ସିବିଆଇ ତଦନ୍ତ ଦାବି କରୁଥିଲେ । ନୟାଗଡ ଯଦୁପୁରର ବହୁଚର୍ଚ୍ଚିତ ପରୀ ହତ୍ୟା ମାମଲାରେ ମନ୍ତ୍ରୀ ଅରୁଣ ସାହୁଙ୍କ ସଂପୃକ୍ତି ନେଇ ପରୀର ବାପା ମା ଅଭିଯୋଗ କରିଥିଲେ ହେଁ ତାହା ଏସଆଇଟି ତଦନ୍ତ ପରିସରଭୁକ୍ତ ନ ହେବାରୁ ସେମାନେ ଏସଆଇଟି ଉପରେ ବିଶ୍ବାସ କରୁନାହାଁନ୍ତି ବୋଲି କହିଛନ୍ତି । ଅନ୍ୟପକ୍ଷରେ ଆଜି ଜୁଭେନାଇଲ ଜଷ୍ଟିସ ବୋର୍ଡରେ ପରୀ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ନାବାଳକ ସରୋଜ ବ୍ରେନ ମ୍ୟାପିଂ ପାଇଁ ମନା କରି ଦେଇଛି । ପୂର୍ବରୁ ସରୋଜକୁ ଏସଆଇଟି ସାବାଳକ ଦର୍ଶାଇଥିଲେ ଜନ୍ମଗତ ସାର୍ଟିଫିକେଟ ଆଧାରରେ କୋର୍ଟ ତାକୁ ନାବାଳକ କହିବା ସହ ମାମଲା ଜୁଭେନାଇଲ ଜଷ୍ଟିସ ବୋର୍ଡକୁ ସ୍ଥାନାନ୍ତର ହୋଇଥିଲା । ଏହା ପୂର୍ବରୁ ନାବାଳକ ଅଭିଯୁକ୍ତ ନାର୍କୋ ଟେଷ୍ଟ ପାଇଁ ମଧ୍ୟ ମନା କରିଦେଇଥିଲା ।

LEAVE A REPLY

Please enter your comment!
Please enter your name here