ସପିଂ କରିବାକୁ ସମସ୍ତେ ଭଲ ପାଆନ୍ତି । ବିଶେଷକରି ଝିଅମାନେ ନୂଆ ନୂଆ ଡ୍ରେସ୍ ପିନ୍ଧିବାକୁ ଭଲ ପାଇଥାନ୍ତି । ବିିିଭିନ୍ନ ସପିଂ ମଲ୍ ଯାଆନ୍ତି ଏବଂ ନୂଆ ନୂଆ କଲେକ୍ସନ ଡ୍ରେସ୍ ଆଣି ମଲ୍‌ରେ ଥିବା ଟ୍ରାଏଲ ରୁମରେ ଟ୍ରାଏ କରିଥାନ୍ତି । କିନ୍ତୁ ସାବଧାନ୍ । ଆପଣ ଯେଉଁ ଟ୍ରାଏଲ ରୁମ ଯାଇ ଡ୍ରେସ୍ ଟ୍ରାଏଲ କରୁଛନ୍ତି । ସେ ସୁରକ୍ଷିତ ତ । ଏକଥା ଆମେ ଏଥିପାଇଁ କହୁଛୁ ଯେ, କେନ୍ଦୁଝର ସହରର ମାଗୁରଗଡିଆ ସ୍ଥିତଥିବା ସପିଂ ମଲରୁ ଆସିଛି ଏମିତି କିଛି ଆଶ୍ଚର୍ଯ୍ୟ କଲାଭଳି ଘଟଣା । କାଲି ଅପରାହ୍ନରେ ଜଣେ ଯୁବତୀ ସପିଂ ମଲ୍ ଯାଇ ଡ୍ରେସ୍ କିଣିଥିଲେ । ତେବେ ଡ୍ରେସ୍ ନେଇ ଟ୍ରାଏଲ ରୁମରେ ପଶିଥିବାବେଳେ ଆରପଟେ ଥିବା ଆଉ ଗୋଟିଏ ଟ୍ରାଏଲ ରୁମର ଉପରବାଟରେ ଥିବା ଫାଙ୍କାରେ କ୍ୟାମେରା ଗଳାଇ କେହି ଜଣେ ଫଟୋ ନେବାକୁ ଚେଷ୍ଟା କରୁଥିବା ଯୁବତୀ ଜଣକ ଦେଖିବାକୁ ପାଇଥିଲେ । ଏନେଇ ଯୁବତୀ ଜଣକ ପାଟି କରିବାରୁ ମଲ୍ ର ସୁରକ୍ଷାକର୍ମୀ ଚାଲିଆସି ସମ୍ପୃକ୍ତ ଯୁବକଙ୍କୁ କାବୁ କରି ଥାନାରେ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here