ଶୁକ୍ରବାର ସକାଳ ସମୟରେ କମରପଦା ଅଞ୍ଚଳ ନିକଟସ୍ଥ କଟକ-ପାରାଦ୍ୱୀପ ରାସ୍ତାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଗୋଟିଏ ବସ ସହ ହାଇୱା ଟ୍ରକ ମୁହାଁମୁହିଁ ଧକ୍କା ହୋଇଛି । ଘଟଣାସ୍ଥଳରେ ବସ ଡ୍ରାଇଭର ଓ ହେଲଫରର ମୃତ୍ୟୁ  ହୋଇଥିବାବେଳେ ୨୦ ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଆହତଙ୍କୁ କଟକ ବଡ ମେଡିକାଲରେ ଭର୍ତି କରାଯାଇଛି ।
ସୂଚନାନୁସାରେ, ଭୁବନେଶ୍ୱର ନୀଳାଦ୍ରୀ ବିହାରରୁ ମା’ ଶାରଳା ପିକନିକ ବସ୍ ଆଜି ଭୋରୁ ପାରାଦୀପ ଯାଉଥିଲା । କଟକ-ପାରାଦୀପ ରାସ୍ତା କମରପଦାଠାରେ ଏକ ହାଇୱା ଗାଡିକୁ ଧକ୍କା ଦେଇ ପିକନିକ ବସ୍ ଓଲଟି ପଡିଥିଲା । ଘଟଣାସ୍ଥଳରେ କନ୍ଦରପୁର ଥାନା ପୋଲିସ ଓ ୩ଟି ଟିମ୍ ପହଂଚି ଉଦ୍ଧାର କରିଛନ୍ତି । ଆହତଙ୍କୁ ନିକଟ ମେଡ଼ିକାଲରେ ଭର୍ତ୍ତି କରାଯାଇଥିବାବେଳେ ଗୁରୁତର ତିନି ଜଣଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ବୋଲି ଗ୍ରାମାଞ୍ଚଳ ଏସପି ମାଧବ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here