ଆଜି ଶେଷ ହୋଇଛି ଚଳିତ ବର୍ଷର ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା । ଚଳିତ ବର୍ଷ ଶାନ୍ତି ଶୃଙ୍ଖଳା ସହିତ ମାଟ୍ରିକ୍ ପରୀକ୍ଷା ସମାପ୍ତ ହୋଇଛି । ମାଧ୍ୟମିକ ଶିକ୍ଷା ପରିଷଦ ଅଧ୍ୟକ୍ଷ ଶ୍ରୀକାନ୍ତ ତରାଇ ସୂଚନା ଦେଇଛନ୍ତି ଯେ, ମେ ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହରେ ମାଟ୍ରିକ ପରୀକ୍ଷା ଫଳାଫଳ ପ୍ରକାଶ ପାଇବ । ଚଳିତ ବର୍ଷ ୩୦୮୨ଟି ସେଣ୍ଟରରେ ୫ ଲକ୍ଷ ୬୧ ହଜାର ୯୭୯ ପିଲା ପରୀକ୍ଷା ଦେଇଛନ୍ତି । ବୋର୍ଡ ସଭାପତି କହିଛନ୍ତି ଯେ,ଚଳିତ ବର୍ଷ କୌଣସି ପିଲା କପି କରିବାରେ ଧରା ପଡ଼ିନାହାଁନ୍ତି ପ୍ରଶ୍ନପତ୍ର ଲିକ୍, କପି ଓ ହିଂସା ଭଳି ଘଟଣା ଘଟିନାହିଁ । ଓଏମ୍ଆର୍ ଖାତା ଦେଖା ଆରମ୍ଭ ହୋଇସାରିଲାଣି । ମୋଟ ୫୧ଟି କେନ୍ଦ୍ରରେ ୧୫ ହଜାର ପରୀକ୍ଷା ନିରୀକ୍ଷକ ଖାତା ଦେଖାରେ ନିୟୋଜିତ ହେବେ । ଆସନ୍ତା ୧୯ ତାରିଖରୁ ସବଜେକ୍ଟିଭ୍ ଉତ୍ତର ଖାତା ଦେଖା ଆରମ୍ଭ ହେବ । ମେ ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହରେ ଫଳାଫଳ ପ୍ରକାଶ ପାଇବ।














