ନବୀନଙ୍କ ମନ୍ତ୍ରୀମଣ୍ଡଳରେ ବଡ ପରିବର୍ତ୍ତନ । ରାଜ୍ୟ ମନ୍ତ୍ରୀମଣ୍ଡଳରେ ଅଦଳବଦଳ ନେଇ ଚର୍ଚ୍ଚା ହେଉଛି । ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ପ୍ରେମାନନ୍ଦ ନାୟକ । ଇସ୍ତଫା ଦେଇଥିବାନେଇ ନିଜେ ସ୍ପଷ୍ଟ କଲେ ପ୍ରେମାନନ୍ଦ । ରାଜା ସ୍ୱାଇଁ , ଜ୍ୟୋତି ପାଣିଗ୍ରାହୀଙ୍କୁ ଇସ୍ତଫା ଦେବାକୁ ନିର୍ଦ୍ଦେଶ ହୋଇଛି । ରଘୁନନ୍ଦନ ଦାସ, ପଦ୍ମିନୀ ଦିଆନଙ୍କୁ ଇସ୍ତଫା ନିର୍ଦ୍ଦେଶ । ବିକ୍ରମ ଆରୁଖ, ଦିବ୍ୟଶଙ୍କର ମିଶ୍ରଙ୍କୁ ମଧ୍ୟ ଇସ୍ତଫା ନିର୍ଦ୍ଦେଶ ରହିଛି ।
୨୦୧୯ ନିର୍ବାଚନରେ ବିଜେଡି ସରକାରକୁ ଆସିବା ସହ ନୂଆ ମନ୍ତ୍ରୀମଣ୍ଡଳ ଗଠନ ସହ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ନବୀନ । ତେବେ ଦୀର୍ଘ ୩ ବର୍ଷ ବିତି ଯାଇଥିଲେ ମଧ୍ୟ ମନ୍ତ୍ରୀମଣ୍ଡଳ ପରିବର୍ତ୍ତନ କରିନଥିଲେ ନବୀନ । ପୂର୍ବରୁ ବାରମ୍ବାର ମନ୍ତ୍ରୀମଣ୍ଡଳର ପରିବର୍ତ୍ତନ ନେଇ ଚର୍ଚ୍ଚା ହୋଇଥିଲା । ତେବେ କୌଣସି କାରଣରୁ ମନ୍ତ୍ରୀମଣ୍ଡଳ ପରିବର୍ତ୍ତନ ବିଳମ୍ବିତ ହୋଇଥିଲା । କିନ୍ତୁ ଏବେ ମିଳିଥିବା ସୂଚନା ଅନୁଯାୟୀ ଦଳର କିଛି ବରିଷ୍ଠ ମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ କୁହାଯାଇଛି । ଯାହା ଦର୍ଶାଉଛି ଖୁବଶୀଘ୍ର ନୂଆ ମନ୍ତ୍ରୀମଣ୍ଡଳ ଗଠନ କରିପାରନ୍ତି ନବୀନ ।
ଅନ୍ୟପଟେ ଇସ୍ତଫା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ଉପବାଚସ୍ପତିଙ୍କୁ ଦେଲେ ଇସ୍ତଫା ପତ୍ର ।

LEAVE A REPLY

Please enter your comment!
Please enter your name here