ଯାଜପୁରର ଦୁଇ ବିଧାୟକ ଅରବିନ୍ଦ ମହାପାତ୍ର ଓ ସନାତନ ମହାକୁଡ଼ଙ୍କ ନିଲମ୍ବନ କାର୍ଯ୍ୟାନୁଷ୍ଠାନର ପ୍ରତିକ୍ରିୟା ରଖିଛନ୍ତି ବିଜେଡ଼ି ମୁଖପାତ୍ର ଲେନିନ୍ ମହାନ୍ତି । ଦୁଇ ବିଧାୟକଙ୍କୁ ଦଳରୁ କାହିଁକି ନିଲମ୍ବନ କରାଯାଇଥିଲା ତାର ଆଜି ଜବାବ ରଖିଛନ୍ତି ଲେନିନ୍ । ବିଜେଡ଼ିକୁ ପୁଣି ଥରେ ଭାଙ୍ଗି ଷଡ଼ଯନ୍ତ୍ର ରଚାଯାଇଥିବା କହିଛନ୍ତି ଲେନିନ୍ । ମୁଖପାତ୍ର ଶ୍ରୀଯୁକ୍ତ ଲେନିନ ମହାନ୍ତି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଅନେକ ତଥ୍ୟ ହାତ ଆସିଲା ପରେ ଏବଂ ଦୃଢ଼ ପ୍ରମାଣ ମିଳିବା ପରେ ଏହି ନିଷ୍ପତ୍ତି ନେଇଛନ୍ତି । ବିଜୟ ମହାପାତ୍ର ବରିଷ୍ଠ ନେତା ସେ କେଉଁଠାକୁ ବି ଯାଇପାରିବେ, ସେଟା ତାଙ୍କର ସ୍ୱାଧୀନତା । ଦଳକୁ ଦୁର୍ବଳ କରିବାକୁ କିଛି ଲୋକ ଉଦ୍ୟମ କରୁଥିଲେ । ଏହି ତିନି ଜଣ ନେତା ସେମାନଙ୍କର ନେତୃତ୍ୱ ନେଉଥିଲେ ବୋଲି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । କୋଟି କୋଟି ଲୋକଙ୍କ ମଧ୍ୟରେ ମାତ୍ର ୫୦ ଜଣ ବିଧାୟକ ହେବାକୁ ସୁଯୋଗ ପାଇଛନ୍ତି , ତାହା ମଧ୍ୟରେ ଅରବିନ୍ଦ ମହାପାତ୍ର ବିଧାୟକ ହୋଇଛନ୍ତି । ତାଙ୍କର ଆଭିମୁଖ୍ୟ ଦଳକୁ ନେଇ ଆଗେଇବା, କେହି ଦଳରୁ ଉର୍ଦ୍ଧ୍ୱରେ ନୁହନ୍ତି । ତାଙ୍କ ବାପା ବଡ଼ ନେତା ହୋଇପାରନ୍ତି କିନ୍ତୁ କାହାର ଅଧିକାର ନାହିଁ ଦଳକୁ ଦୁର୍ବଳ କରିବା । ଧରାପଡ଼ିବାରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି କହିଛନ୍ତି ଲେନିନ୍ ମହାନ୍ତି ।














