ଓଡିଶା ଫେରିଲା ବିଶ୍ୱକପ ହକି ଟ୍ରଫି । ୧୩ ରାଜ୍ୟ , ୨ କେନ୍ଦ୍ର ଶାସିତ ଅଞ୍ଚଳ ଭ୍ରମଣ କରି ଆଜି ଭୁବନେଶ୍ୱର ବିମାନ ବନ୍ଦରରେ ପହଁଞ୍ଚିଛି । ବିମାନବନ୍ଦରରେ ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ ଏବଂ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା ଟ୍ରଫିକୁ ସ୍ୱାଗତ କରିଥିଲେ । ବିଏମସି ମେୟର ସୁଲୋଚନା ଦାସ ଏହି ଟ୍ରଫିକୁ ଗ୍ରହଣ କରି ବିମାନବନ୍ଦର ନିକଟ ବିଜୁ ପଟ୍ଟନାୟକ ଛକ ନିକଟରେ ଓଡିଶୀ ନୃତ୍ୟ , ଯୋଡି ଶଙ୍ଖ ଢୋଲ ବାଜା ବଜାଇ ସ୍ୱାଗତ କରିଥିଲେ । ଏହାପରେ ଟ୍ରଫିକୁ ଲିଙ୍ଗରାଜ ମନ୍ଦିର ନିଆଯାଇଥିଲା । ସେଠାରୁ ଏକ୍ସପ୍ଲାନେଡ ମଲ ଏବଂ ପରେ ପରେ ବିଭିନ୍ନ ଶିକ୍ଷାନୁଷ୍ଠାନ ବୁଲିବ ବିଶ୍ୱକପ ଟ୍ରଫି । କାଲିଠୁ ବିଶ୍ୱକପ ଟ୍ରଫି ସମସ୍ତ ଜିଲ୍ଲା ପରିଭ୍ରମଣ କରି ଜାନୁଆରୀ ୧୨ ରେ ହକିର ଏନ୍ତୁଡିଶାଳ ସୁନ୍ଦରଗଡରେ ପହଁଯିବ ।

LEAVE A REPLY

Please enter your comment!
Please enter your name here