ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତର ଅର୍ଥ ବ୍ୟବସ୍ଥାରେ ସୁଧାର ଆସିଛି. ଯେଉଁଥିପାଇଁ 2013-14ରେ ଭାରତ ଯେତେବେଳେ 11 ତମ ସ୍ଥାନରେ ଥିଲା ଆଜି ଷଷ୍ଠ ସ୍ଥାନରେ ରହିଛି. ଏହି ସମୟରେ ଦେଶରେ ବସ୍ତୁ ଓ ସେବା କର ପ୍ରଣାଳୀ ଲାଗୁ କରାଯାଇଛି, ଯାହା ଅପ୍ରତ୍ୟକ୍ଷ କର କ୍ଷେତ୍ରରେ ସ୍ୱାଧୀନତା ପରଠାରୁ ଏକ ବଡ ସୁଧାର ବୋଲି କୁହାଯାଇପାରେ. ଏହା ଦ୍ୱାରା ନା କେବଳ ସମ୍ପୂର୍ଣ୍ଣ ଦେଶ ଏକ ବଜାରରେ ପରିବର୍ତ୍ତନ ହେଲା, ଏହା ଦ୍ୱାରା ଦର କମ୍ କରିବା ସତ୍ତ୍ୱେ କର ସଂଗ୍ରହ ବୃଦ୍ଧି ହେଲା. ଭାରତ ସବୁଠୁ ଦୃତ ଗତିରେ ବଢୁଥିବା ବୃହତ ଅର୍ଥବ୍ୟବସ୍ଥା ବୋଲି ଶୁକ୍ରବାର ସଂସଦରେ 2019-20 ବର୍ଷର ଅନ୍ତରୀଣ ବଜେଟ ପାରିତ ସମୟରେ ଅର୍ଥମନ୍ତ୍ରୀ ପିୟୁଷ ଗୋଏଲ କହିଥିଲେ. ବର୍ତ୍ତମାନ ଜିଡିପି ବିକାଶ ଦର 7.3 ପ୍ରତିଶତ ବାର୍ଷିକ ରହିଛି.

LEAVE A REPLY

Please enter your comment!
Please enter your name here