ବର୍ତ୍ତମାନ ଥଣ୍ଡାର ପରିମାଣ ଏତେ ମାତ୍ରାରେ ବଢିଛି ଯେ, କ୍ରିକେଟ ଗ୍ରାଉଣ୍ଡ ବି ସଂପୂର୍ଣ୍ଣ ରୂପେ ବରଫ ଚାଦର ତଳେ ଘୋଡି ହୋଇ ରହିଛି. ଭାରତ ଛଡା  ଇଂଲଣ୍ଡରେ ମଧ୍ୟ ଶୀତର ପ୍ରକୋପ ଦେଖିବାକୁ ମିଳିଛି. ଛୋଟଛୋଟ ଗଳି ଛଡା ପ୍ରାୟ ସବୁ ଜାଗାରେ ବରଫର ଚାଦର ଛାଇ ହୋଇ ରହିଛି. ତେବେ ସବୁଠୁ ମଜା କଥା ହେଲା ଲର୍ଡସ କ୍ରିକେଟ ଗ୍ରାଉଣ୍ଡ ଏବେ ବରଫର ଓଢଣା ତଳେ ଲୁଚି ରହିଛି. ଯାହା ଅତି ସୁନ୍ଦର ଓ ମନଲୋଭା ଦୃଶ୍ୟ ହେଉଛି. ବର୍ତ୍ତମାନ ଏହି ଫଟୋ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି. ଅନ୍ୟପଟେ ଇଂଲଣ୍ଡରେ ବର୍ତ୍ତମାନ ପାରଦ 1 ଡିଗ୍ରୀ ସେଲସିୟସ ରହିଛି. ଫଳରେ ଜନଜୀବନ ମଧ୍ୟ ବହୁ ଅସ୍ତବ୍ୟସ୍ତ ହୋଇପଡିଛି.

 

 

LEAVE A REPLY

Please enter your comment!
Please enter your name here