ମଧ୍ୟପ୍ରଦେଶ ଇନ୍ଦୋର ଏମଜିଏମ ମେଡିକାଲ କଲେଜରେ ର‌୍ୟାଗିଂ ନେଇ ପୋଲିସକୁ ମିଳିଥିଲା ଖବର । ର‌୍ୟାଗିଂ ଗ୍ୟାଙ୍ଗକୁ ଧରିବା ପାଇଁ ଫିଲ୍ମ ଷ୍ଟାଇଲ ତରିକା ଆପଣାଇଥିଲା ପୋଲିସ । ମେଡିକାଲ କଲେଜକୁ ଷ୍ଟୁଡେଣ୍ଟ ଭାବେ ପଠାଯାଇଥିଲା ଲେଡି ସିଘଂମ ଶାଲିନି ଚୌହାନଙ୍କୁ । ପୋଲିସ ୟୁନିଫର୍ମ ଛାଡି ଜିନ୍ସ ଟପ୍ସ ଏବଂ କାନ୍ଧରେ ବ୍ୟାଗ ପକାଇ ଶାଲିନି ସାଜିଥିଲେ ଷ୍ଟୁଡେଣ୍ଟ । ପ୍ରତିଦିନ କଲେଜ କ୍ୟାଣ୍ଟିନ୍‌ରେ ବସି ବନ୍ଧୁତା କରୁଥିଲେ । କ୍ୟାଣ୍ଟିନରେ ଆଲୋଚନା କରୁଥିଲେ । ଏବଂ ର‌୍ୟାଗିଂ ଗ୍ୟାଙ୍ଗକୁ ଧରିବା ପାଇଁ କରୁଥିଲେ ଯୋଜନା । ର‌୍ୟାଗିଂ ଗ୍ୟାଙ୍ଗକୁ ଧରିବା ପାଇଁ ସାଲିନିଙ୍କୁ ଲାଗିଥିଲା ୫ ମାସ । ୧୦ ଜଣ ଛାତ୍ରଙ୍କୁ ଧରିଥିଲେ ଶାଲିନି । ଯେଉଁମାନଙ୍କ ନାଁରେ ମାମଲା ରୁଜୁ ହୋଇଛି । ଏବଂ ସେମାନଙ୍କୁ କଲେଜରୁ ସସପେଣ୍ଡ କରାଯାଇଛି ।
ସୂଚନାଅନୁସାରେ, ଇନ୍ଦୋରର ମହାତ୍ମା ଗାନ୍ଧୀ ମେମୋରିୟଲ ମେଡିକାଲ କଲେଜରେ ସିନିୟର ଛାତ୍ରମାନେ ପ୍ରଥମ ବର୍ଷର ଛାତ୍ରଙ୍କୁ ର‌୍ୟାଗିଂ କରୁଥିଲେ । ୨୪ ଜୁଲାଇରେ ଏହି କଥା ପୋଲିସ କାନରେ ପଡିଥିଲା । ର‌୍ୟାଗିଂ ହୋଇଥିବା ଛାତ୍ର ପୋଲିସର ସହାୟତା ଲୋଡିଥିଲା । ପିଡୀତ ଅଭିଯୋଗ କରିଥିଲା ଯେ, ସିନିୟର ଛାତ୍ରମାନେ ତାଙ୍କୁ ସେକ୍ସ ପାଇଁ ବାଧ୍ୟ କରୁଥିଲେ । ଖାଲି ସେତିକି ନୁହେଁ ମୋତେ ବାଧ୍ୟ କରୁଥିଲେ ଯେ, ମୋର ବ୍ୟାଚର ଯେ କୌଣସି ଝିଅ ନାଁରେ ଆପତ୍ତିଜନକ ଟିପ୍ପଣୀ ଲେଖିବା ପାଇଁ । ଏକଥାରେ ମୁଁ ରାଜି ନହେବାରୁ ମୋତେ ବହୁତ ମାରିଥିଲେ ବୋଲି ଅଭିଯୋଗ କରିଥିଲେ ର‌୍ୟାଗିଂ ଶୀକାର ହୋଇଥିବା ଛାତ୍ର ।

LEAVE A REPLY

Please enter your comment!
Please enter your name here