କରୋନା ଭୁତାଣୁ ସଂପର୍କରେ ପ୍ରଥମେ ଲୋକ ଲୋଚନକୁ ଆଣିଥିବା ଡାକ୍ତରଙ୍କ ମୃତ୍ୟୁ ଘଟିଛି । ସେ କରୋନା ଭୁତାଣୁରେ ସଂକ୍ରମଣ ହୋଇ ଚିକିତ୍ସିତ ଅବସ୍ଥାରେ ଗୁରୁବାର ମୃତ୍ୟୁ ବରଣ କରିଛନ୍ତି । ଡାକ୍ତର ଜଣକ ହେଉଛନ୍ତି ଲି ୱେନଲିୟାଙ୍ଗ । ସେ ଗତ ବର୍ଷ ଡିସେମ୍ବର ୩୦ ରୁ କୋରୋନା ଭୂତାଣୁ ବିଷୟରେ ସର୍ତକ କରାଇଥିଲେ । ସ୍ଥାନୀୟ ଅଞ୍ଚଳର ୭ଜଣ ରୋଗୀ ତାଙ୍କ ପାଖକୁ ଆସିଥିଲେ ଏବଂ ସେ ଏହାର ପରୀକ୍ଷାକରି କୋରୋନା ଭୂତାଣୁ ସଂପର୍କରେ ଜାଣିପାରିଥିଲେ । ଏ ନେଇ ସେ ତାଙ୍କ ସହକର୍ମୀଙ୍କୁ ସଚେତନ କରାଇଥିଲେ । ସେ ନିଜ ସାଙ୍ଗମାନଙ୍କର ଏକ ଗ୍ରୁପ ଚାଟରେ ଏହାକୁ ଉଲ୍ଲେଖ ମଧ୍ୟ କରିଥିଲେ । ଏହି ଗ୍ରୁପ ଚାଟ ଉହାନ୍‌ରେ ଭାଇରାଲ ହେବାପରେ ପୁଲିସ ତାଙ୍କୁ ଗୁଜବ ପ୍ରଚାର କରୁଥିବା କହି ନୋଟିସ ଜାରି କରିଥିଲେ । ତାଙ୍କ ସ୍ୱରକୁ ଚପାଇବାକୁ ଉଦ୍ୟମ କରାଯିବା ସହ ତାଙ୍କୁ ଆକ୍ରାନ୍ତଙ୍କ ଚିକିତ୍ସା କରିବାକୁ କୁହାଯାଇଥିଲା । ୩୪ ବର୍ଷୀୟ ଲି ଗତ ୧୨ ତାରିଖରୁ ଏହି ରୋଗରେ ଆକ୍ରାନ୍ତ ହୋଇ ଆଇସିୟୁରେ ଚିକିତ୍ସିତ ହେଉଥିଲେ । ତେବେ ଚୀନ୍‌ରେ ଭୟଙ୍କର ହେବାରେ ଲାଗିଛି କୋରୋନା ଭାଇରସ । ଏହା କ୍ରମଶଃ ଅନ୍ୟ ଦେଶକୁ ବ୍ୟାପିବାରେ ଲାଗିଲାଣି । ଆଜି ସୁଦ୍ଧା ଚୀନରେ ମୃତ୍ୟୁ ସଂଖ୍ୟା ୬୩୦ । ୩୦ ହଜାରରୁ ଅଧିକ ଲୋକେ କୋରୋନାରେ ଆକ୍ରାନ୍ତ । ଉହାନ୍ ସ୍କୁଲ୍ , କଲେଜ, ଅଫିସ, ସଫିଙ୍ଗ ମଲ ସବୁ ବନ୍ଦ କରାଯାଇଛି । ଜରୁରୀ ସ୍ଥିତିରେ କେବଳ ଘରୁ ବାହାରିବାକୁ ନର୍ଦ୍ଦେଶ ଦେଇଛନ୍ତି ସରକାର । ଉହାନ୍ ରୁ ଅନ୍ୟ ସ୍ଥାନକୁ ଯାଉଥିବା ଯାତ୍ରୀଙ୍କ ଉପରେ ନଜର ରଖାଯାଉଛି । ବନ୍ୟ ହିଂସ୍ର ଜନ୍ତୁକୁ ଖାଇବା ଉପରେ ସରକାରଙ୍କ ଜାରି କରିଛନ୍ତି ପ୍ରତିବନ୍ଧକ । ସଂକ୍ରମଣ ଲୁଚାଉଥିବା ଲୋକଙ୍କୁ ଗିରଫ ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here