ଆଇଏଏସ ସତ୍ୟବ୍ରତ ରାଉତଙ୍କୁ ରାଜ୍ୟ ସରକାର ଓଡିଶା ବିଧାନସଭାର ସଚିବ ପଦରେ ନିଯୁକ୍ତ କରିଛନ୍ତି । ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏ ସଂପର୍କରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । 20213ରେ ଓଏଏସରୁ ଆଇଏଏସ ପାହ୍ୟାକୁ ପଦୋନ୍ନତି ପାଇଥିବା ଶ୍ରୀ ରାଉତ ଏବେ ପୂର୍ତ୍ତ ବିଭାଗର ଅତିରିକ୍ତ ସଚିବ ଭାବେ କାର୍ଯ୍ୟ କରୁଛନ୍ତି । ପୂର୍ବରୁ ସେ ବିଜେଡି-ବିଜେପି ମେଣ୍ଟ ସରକାର ସମୟରେ ତତକାଳୀନ ଆଇନମନ୍ତ୍ରୀ ବିଶ୍ବଭୂଷଣ ହରିଚନ୍ଦନଙ୍କ ଓଏସଡି ଭାବେ କାର୍ଯ୍ୟ କରିଥିଲେ । ପରେ ସେ ଅର୍ଥ ବିଭାଗରେ ଦୀର୍ଘବର୍ଷ ଧରି କାର୍ଯ୍ୟ କରିଥିଲେ ।

LEAVE A REPLY

Please enter your comment!
Please enter your name here