ଧାରଣାରେ ବସିଛନ୍ତି ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକ | ତହସିଲଦାର ଦୁର୍ବ୍ୟବହାର କରିଥିବା ଅଭିଯୋଗରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଛନ୍ତି ନୀଳଗିରି ବିଧାୟକ | ଶୁକ୍ରବାର ସକାଳ ପ୍ରାୟ ସାଢ଼େ ଆଠଟା ସମୟରେ ତହସିଲଦାର ସୁଶ୍ରିତା ଟୁଡ଼ୁ ଏବଂ ଅତିରିକ୍ତ ତହସିଲଦାର ରାକେଶ ପଣ୍ଡା ଜେପିସି ଲଗାଇ କଚେରି ହତା ଭିତରେ ଥିବା ମୋହରିର ଏବଂ ଆଇନଜୀବୀମାନଙ୍କର ଘରଗୁଡ଼ିକୁ ଭାଙ୍ଗୁଥିଲେ | ତେବେ ଏନେଇ ଖବର ପାଇ ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକ ପହଞ୍ଚି ଉଛେଦ କାର୍ଯ୍ୟକୁ ବିରୋଧ କରିଥିଲେ | ବିଧାୟକ ସୁକାନ୍ତ କୁମାର ନାୟକ, ତହସିଲଦାର ସୁଶ୍ରିତା ଟୁଡ଼ୁ ଏବଂ ଅତିରିକ୍ତ ତହସିଲଦାର ରାକେଶ ପଣ୍ଡାଙ୍କ ମଧ୍ୟରେ ବଚସା ହୋଇଥିଲା | ଏହି ସମୟରେ ବିଧାୟକ ସୁକାନ୍ତ କୁମାର ନାୟକ କହିଥିଲେ ଯେ ପ୍ରଥମେ ମୋହରିର ଏବଂ ଆଇନଜୀବୀମାନଙ୍କୁ ଥଇଥାନ କରାଯିବ ଏବଂ ତାପରେ ସେହି ଘରଗୁଡ଼ିକୁ ଭଙ୍ଗାଯିବ ବୋଲି ମନ୍ତ୍ରୀ, ଜିଲ୍ଲାପାଳଙ୍କ ସହ ସେ କଥା ହୋଇଥିଲେ | କିନ୍ତୁ ହଠାତ୍ କାହାରିକୁ ନ ଜଣାଇ କାହିଁକି ଏଭଳି ପଦକ୍ଷେପ ନିଆଯାଉଛି ବୋଲି ପ୍ରଶ୍ନ କରିଥିଲେ | ଏଥିରେ ଉତକ୍ଷିପ୍ତ ହୋଇ ତହସିଲଦାର ସୁଶ୍ରିତା ଟୁଡ଼ୁ ଏବଂ ଅତିରିକ୍ତ ତହସିଲଦାର ରାକେଶ ପଣ୍ଡା ବିଧାୟକ ସୁକାନ୍ତ କୁମାର ନାୟକଙ୍କୁ ଅଶାଳୀନ ଭାଷାରେ ଗାଳିଗୁଲଜ କରିଥିବା ଜଣାଯାଇଛି | ଯାହାକୁ ନେଇ ବିଧାୟକ ଉତକ୍ଷିପ୍ତ ହେବା ସହ ଏହାକୁ ପ୍ରତିବାଦ କରି ଉପଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣାରେ ବସିଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here