ରାଜନୀତିରେ ଦଳ ବିରୋଧରେ ପଦୁଟିଏ କହିଲେ ହେଉଛି କଡ଼ା କାର୍ଯ୍ୟାନୁଷ୍ଠାନ । କଂଗ୍ରେସର ନେତୃତ୍ୱକୁ ନେଇ ପ୍ରଶ୍ନ କରିଥିବା ମହମ୍ମଦ ମୋକିମଙ୍କୁ ସୋମବାର ଦଳରୁ ବହିଷ୍କୃତ କରାଯାଇଛି । ପୂର୍ବତନ ବରିଷ୍ଠ କଂଗ୍ରେସ ନେତା ମହମ୍ମଦ ମୋକିମ ଦଳରୁ ବହିଷ୍କୃତ ହେବା ପରେ ଗଣମାଧ୍ୟମ ସମ୍ମୁଖରେ ପ୍ରତିକ୍ରିୟା ରଖିଛନ୍ତି । ଏହା ପରେ ସେ କହିଛନ୍ତି ଯେ ସେ ଯାହା ଚିଠିରେ ଲେଖିଛନ୍ତି ସତ ଲେଖିଛନ୍ତି । ରାହୁଲ ଗାନ୍ଧୀଙ୍କ ପ୍ରେରଣାରେ ସେ ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖିଛନ୍ତି । ଆଗାମୀ ଦିନରେ ରାଜନାତି ଜାରି ରଖିବେ ବୋଲି ମୋକିମ କହିଛନ୍ତି । ସେ କହିଛନ୍ତି ଦଳରେ ଯାହା ସତ୍ୟ ଘଟଣା ଘଟୁଛି ସେ ବିଷୟରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କୁ ଅବଗତ କରାଇଥିଲେ ଏବଂ ଏହି ଚିଠି ଲେଖିବା ପଛରେ ରାହୁଲ ଗାନ୍ଧୀଙ୍କ ପ୍ରେରଣା ରହିଛି । ସେ ରାହୁଲ ଗାନ୍ଧୀ ଅନୁସରଣ କରିଛନ୍ତି । ରାହୁଲ ସବୁବେଳେ ନ ଡରି ସତ କହିବାକୁ କୁହନ୍ତି । ତେଣୁ କାହାକୁ ନ ଡରି ସତ ଘଟଣା ଉପରେ ଚିଠି ଲେଖିଛନ୍ତି । ରାଷ୍ଟ୍ରୀୟ ଅଧ୍ୟକ୍ଷ ଖଡ୍‌ଗେଙ୍କ ବୟସ ୮୩ ବର୍ଷ । ଲଗାତର ବିଭିନ୍ନ ନିର୍ବାଚନରେ ଦଳ ପରାଜିତ ହେଉଥିଲା । ଏହି ସତ କେହି ଖୋଲିକି କହି ପାରୁ ନ ଥିଲେ ତାହା ସେ କହିଛନ୍ତି । ପରବର୍ତ୍ତୀ ସମୟରେ ଦଳରେ ଏକ ସୁଧାର ଆସିବ ବୋଲି ମୋକିମ ଆଶା ରଖିଛନ୍ତି । ତେବେ ଗଣମାଧ୍ୟମ ସାମ୍ନାକୁ ଆସି ଚିଠି ସମ୍ପର୍କରେ କହିବା ହୁଏତ ମୋକିମଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି । କାରଣ ଆଜିର ପ୍ରତିକ୍ରିୟାରେ ମୋହିମ ଏହା ମଧ୍ୟ କହିଛନ୍ତି ଯେ ସେ ଯେଉଁ ଚିଠି ଲେଖିଛନ୍ତି, ତାହା ବିଷୟରେ ସେ ଗଣମାଧ୍ୟମକୁ ଆଣିନଥିଲେ । କିନ୍ତୁ ଗଣମାଧ୍ୟମ ସମ୍ମୁଖକୁ ଆସିବା ଯୋଗୁଁ ତାଙ୍କ ଉପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଅନୁମାନ କରିଛନ୍ତି । ଏହା ସହିତ ମୋକିମ ସ୍ପଷ୍ଟ କରିଛନ୍ତି ଯେ ଆଗାମୀ ଦିନରେ ମଧ୍ୟ ରାଜନୀତି ଜାରି ରହିବ । ୨୪ ଘଣ୍ଟା ସମାଜ ପାଇଁ କାମ କରିବେ । ଏଥିରେ କୋଣସି ବିରାମ ନାହିଁ । ପରାମର୍ଶଦାତା, ସମର୍ଥକଙ୍କ ସହ ଆଲୋଚନା ପରେ ପରବର୍ତ୍ତୀ ପଦକ୍ଷେପ ନେବେ ବୋଲି କହିଛନ୍ତି ମୋକିମ। ଶେଷ ନିଶ୍ୱାସ ଯାଏଁ କଟକ ଓ ଓଡ଼ିଶାବାସୀଙ୍କ ପାଇଁ କାମ କରିବେ । ସେ ନିଜ ଝିଅ ବା ବିଧାୟିକା ସୋଫିଆ ଫିର୍ଦ୍ଦୋସଙ୍କୁ ନେଇ ମୁହଁ ଖୋଲିଛନ୍ତି । ସେ କହିଛନ୍ତି ସୋଫିଆ ବିଧାୟିକା ଅଛନ୍ତି ତାଙ୍କର ଏହା ସହ କୌଣସି ସଂପର୍କ ନ ଥିବା ସ୍ପଷ୍ଟ କରିଛନ୍ତି । ସୋଫିଆ ନିଜ ନିଷ୍ପତ୍ତି ନିଜେ ନେଇ ପାରିବେ ଓ ନିଜ କାର୍ଯ୍ୟ ସେ ନିଜେ ସ୍ଥିର କରିବେ ।

LEAVE A REPLY

Please enter your comment!
Please enter your name here