କରୋନା ପାଇଁ 2200 କୋଟି ଟଙ୍କାର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ I ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 1 ଲକ୍ଷ 70 ହଜାର କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀ ଏହି ପ୍ୟାକେଜ ଘୋଷଣା କରିଛନ୍ତି I ଏହି ଘୋଷଣାରେ ସରକାର ବୃଦ୍ଧବୃଦ୍ଧା, ଭିନ୍ନକ୍ଷମ, ବିଧବା, ନିର୍ମାଣ ଶ୍ରମିକଙ୍କୁ ଆଗୁଆ ଚାରିମାସ ଭତ୍ତାକୁ ସାମିଲ କରାଯାଇଛି I ଚାରିମାସର ଆଗୁଆ ଭତ୍ତା ପାଇଁ ଖର୍ଚ୍ଚ ହେବ 932 କୋଟି ଟଙ୍କା I ତେବେ ରାଜ୍ୟର 94 ଲକ୍ଷ ଗରିବ ପରିବାରଙ୍କୁ ଏକ ହଜାର ଟଙ୍କା ଲେଖାଁଏ ସହାୟତା ଘୋଷଣା କରିଛନ୍ତି ନବୀନ I ଏ ବାବଦରେ 940 କୋଟି ଟଙ୍କା ଖର୍ଚ୍ଚ ହେବ I ସେହିପରି 22 ଲକ୍ଷ ନିର୍ମାଣ ଶ୍ରମିକଙ୍କୁ 1500 ଟଙ୍କାର ସହାୟତା ରାଶି ମିଳିବ I

LEAVE A REPLY

Please enter your comment!
Please enter your name here