ଚଳିତ ବର୍ଷ କେନ୍ଦ୍ର ସରକାର ଭାରତ ରତ୍ନ ସମ୍ମାନ ଘୋଷଣା କରିବା ପରେ ଏହା ଉପରେ ଯୋଗ ଗୁରୁ ବାବା ରାମଦେବ ପ୍ରଶ୍ନ ଉଠାଇଛନ୍ତି. ସ୍ୱାଧୀନତାର 70 ବର୍ଷ ପରେ କୌଣସି ସନ୍ନ୍ୟାସୀଙ୍କୁ ଏହି ସମ୍ମାନ ପ୍ରଦାନ କରା ନ ଯିବା ଦୁର୍ଭାଗ୍ୟର କଥା ବୋଲି ସେ କହିଛନ୍ତି. ମହର୍ଷି ଦୟାନନ୍ଦ ସରସ୍ୱତୀ, ସ୍ୱାମୀ ବିବେକାନନ୍ଦ କିମ୍ବା ଶିବକୁମାରଙ୍କୁ ମଧ୍ୟ ଏହି ସମ୍ମାନରେ ସମ୍ମାନିତ କରାଯାଇନାହିଁ. ସେଥିପାଇଁ ପରବର୍ତ୍ତୀ ସମୟରେ ଏହି ସମ୍ମାନ କୌଣସି ସନ୍ନ୍ୟାସୀଙ୍କୁ ପ୍ରଦାନ କରାଯାଉ ବୋଲି ସେ ଅନୁରୋଧ କରିଛନ୍ତି. ତେବେ ପୂର୍ବରୁ ଅନେକ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚା ଘେରକୁ ଆସିଛନ୍ତି ବାବା ରାମଦେବ.

 

LEAVE A REPLY

Please enter your comment!
Please enter your name here