ବିଜେପି ରାଜସ୍ଥାନର ରାଜ୍ୟ ସଭାପତି ତଥା ରାଜ୍ୟସଭା ସାଂସଦ ମଦନ ଲାଲ ଗତ ସୋମବାର ଦିନ ୭୫ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । କିଛି ଦିନ ହେବ ତାଙ୍କ ଦେହ ଅସୁସ୍ଥ ଥିବାରୁ ତାଙ୍କୁ ନୂଆଦିଲ୍ଲୀ ସ୍ଥିତ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ମଦନ ଲାଲ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ତେବେ ମଦନ ଲାଲଙ୍କ ମୃତ୍ୟୁ ଖବର ପାଇବା ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ବିଜେପି କାର୍ଯ୍ୟକାରୀ ରାଷ୍ଟ୍ର ଅଧ୍ୟକ୍ଷ ଜଗତ ପ୍ରସାଦ ନଡ୍ଡା ,କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜାନଥ ସିଂହ ଏବଂ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ସମେତ ବହୁ ନେତା ତାଙ୍କର ଅନ୍ତିମ ଦର୍ଶନ କରିଥିଲେ ଓ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ମଦନ ଲାଲଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବି ଶୋକ ପ୍ରକାଶ କରିଛନ୍ତି । ତେବେ ମଦନ ଲାଲ ୧୯୪୩ ଜୁଲାଇ ୧୩ରେ ଜନ୍ମ ଗ୍ରହଣ କରିଥିଲେ ଏବଂ ୨୦୧୯ ଜୁଲାଇ ୨୪ ରେ ପ୍ରାଣତ୍ୟାଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here