ରାମଭକ୍ତମାନଙ୍କ ପାଇଁ ଖୁସିର ଖବର , ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଏବେ ସମ୍ପୂର୍ଣ୍ଣ ହୋଇଛି। ୨୨ ଜାନୁଆରୀ ୨୦୨୪ରେ ଉଦଘାଟନ ପରେ ଦେଢ଼ବର୍ଷ ଧରି ଚାଲିଥିବା ନିର୍ମାଣ କାର୍ଯ୍ୟ ଆଜି ସମାପ୍ତ ହୋଇଥିବା ନେଇ ମନ୍ଦିର କର୍ତ୍ତୃପକ୍ଷ ସାମାଜିକ ଗଣମାଧ୍ୟମ ଏକ୍ସରେ ସୂଚନା ଦେଇଛନ୍ତି । କିଛି କାର୍ଯ୍ୟ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ। ଯେପରିକି ୩.୫ କିଲୋମିଟର ପ୍ରାଚୀର, କର୍ତ୍ତୃପକ୍ଷ କାର୍ଯ୍ୟାଳୟ, ଅତିଥି ଗୃହ, ପ୍ରେକ୍ଷାଳୟ ଏବଂ ସଭାଗୃହ ଇତ୍ୟାଦି। ଯାହାର କୌଣସି ପ୍ରଭାବ ଭକ୍ତଙ୍କ ଉପରେ ପଡ଼ିବ ନାହିଁ ବୋଲି ମନ୍ଦିର କର୍ତ୍ତୃପକ୍ଷ କହିଛନ୍ତି।ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ କହିଛି କି ୩.୫ କିଲୋମିଟର ପ୍ରାଚୀର, କର୍ତ୍ତୃପକ୍ଷ କାର୍ଯ୍ୟାଳୟ, ଅତିଥି ଗୃହ, ପ୍ରେକ୍ଷାଳୟ ଏବଂ ସଭାଗୃହ କାର୍ଯ୍ୟ ଦ୍ରୁତଗତିରେ କରାଯାଉଛି। ନଭେମ୍ବର ୨୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ଶ୍ରୀରାମ ଜନ୍ମଭୂମି ମନ୍ଦିର ଶୀର୍ଷରେ ପତାକା ଉତ୍ତୋଳନ ପୂର୍ବରୁ ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ।

LEAVE A REPLY

Please enter your comment!
Please enter your name here