ଦିନକୁ ଦିନ ବଢିବାରେ ଲାଗିଛି ସାଇବର ଅପରାଧ । ବିଭିନ୍ନ ପ୍ରଣାଳୀରେ ଲୋକଙ୍କୁ ଠକୁଛନ୍ତି ସାଇବର ଠକ । ଆଜି କମିଶନରେଟ ପୋଲିସ ପଞ୍ଝାରେ କିଛି ସାଇବର ଅପରାଧୀ ଧରାପଡିଛନ୍ତି । ୭ ଜଣଙ୍କୁ ଗିରଫ କରିଛି ପୋଲିସ । ୧୫୦ ମୋବାଇଲ , ୧୭ ହଜାର ସିମକାର୍ଡ ଜବତ ହୋଇଛି । କଟକରେ ଅଫିସ କରି ସାଇବର ଅପରାଧ ଚଳାଇଥିଲେ ଠକ । ପ୍ରି-ଆକ୍ଟିଭେଟେଡ ସିମ ଜରିଆରେ ଅପରାଧିକ କାର୍ଯ୍ୟ କରୁଥିଲେ । ଠକାମୀ କରିବା ପରେ ସିମ୍ ଗୁଡିକୁ ନଷ୍ଟ କରି ଦେଉଥିଲେ । ତେବେ ଏସବୁ ସିମ୍ ନେଇ ସେମାନେ ଓଡିଶା ବାହାରେ ଅପରାଧ କରୁଥିଲେ ବୋଲି ସୂଚନା ଦେଇଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।

ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଦେଇଥିବା ସୂଚନା ଅନୁଯାୟୀ, ଗିରଫ ସାତଜଣ ଅପରାଧୀଙ୍କ ମଧ୍ୟରୁ ପାଞ୍ଚଜଣ ସିମ୍ କାର୍ଡ ବିକ୍ରି କରୁଥିଲେ । ଦୁଇଜଣ ଘରୋଇ ଟେଲିକମ କଂପାନୀରେ କାମ କରୁଥିଲେ । ସାଇବର ଅପରାଧ ଚଳାଇଥିବା ଏକ ବଡ ରାକେଟକୁ ଧରିବାରେ ପୋଲିସ ହୋଇପାରିଛି ବୋଲି ଡିଜିପି କହିଛନ୍ତି ।

LEAVE A REPLY

Please enter your comment!
Please enter your name here