ଦୁର୍ନୀତି ଓ ଭ୍ରଷ୍ଟାଚାର ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିଛି ବିଜେପି. ରାଜ୍ୟ ରାଜକୋଷକୁ ବିଜେଡି ଲୁଟିଛି ବୋଲି ଅଭିଯୋଗ କରିଛି ବିଜେପି. ଏହାଛଡା ହକି ବିଶ୍ୱକପରେ ମଧ୍ୟ ଦୁର୍ନୀତି ହୋଇଥିବା କହିଛନ୍ତି ବିଜେପି ଉପ-ସଭାପତି ସମୀର ମହାନ୍ତି. ହକିରେ 87 କୋଟି ଟଙ୍କାର ବ୍ୟୟ ବରାଦ ହୋଇଥିଲା. ମାତ୍ର ଆରଟିଆଇରେ ଏହାର ବିବରଣୀ ମିଳୁନାହିଁ. ଖଣି ଘୋଟାଲାରେ ମଧ୍ୟ ରାଜ୍ୟ ସରକାରଙ୍କ ହାତ ରହିଥିବା କହିଛି ବିଜେପି.